ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି । ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି । ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟାଝିଅ । ଏଠାରେ କେତେକ ପତଳା ଝିଅ ବାହା ହୋଇ ନ ପାରି ରହିବାର ଦେଖାଯାଇଥାଏ । ମୋଟା ମହିଳା ଏବଂ ଯୁବତୀଙ୍କୁ ଏଠାରେ ସୁନ୍ଦରତାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଝିଅ ମୋଟା ହେଲେ ବିବାହରେ କୌଣସି ଅସୁବିଧା ନାହିଁ ବୋଲି ଲୋକଙ୍କର ବିଶ୍ୱାସ ଥାଏ । ଲେବ୍ଲୋହ ନାମକ ପରମ୍ପରା ଅନୁସାରେ ଝିଅକୁ ୫ ବର୍ଷ ହୋଇଗଲେ ତାକୁ ମୋଟା ହେବା ପାଇଁ ଟ୍ରେନିଂ ସେଣ୍ଟରକୁ ପଠାଯାଇଥାଏ । ଏସବୁ ସେଣ୍ଟରରେ ଝିଅମାନେ ନିଜ ଓଜନ ବଢ଼ାଇବାର ଟ୍ରେନିଂ ନିଅନ୍ତି । ସେଠାରେ ସେମାନଙ୍କୁ ଜବରଦସ୍ତି ଅଧିକ ଖାଇବାକୁ ଦିଆଯାଏ । ଖାଇ ଖାଇ ଝିଅଟି ବାନ୍ତିକରୁ କିମ୍ବା ଅସୁସ୍ଥ ହେଉ ସେଥିପ୍ରତି ଦୃଷ୍ଟି ଦିଆଯାଏ ନାହିଁ । ଝିଅକୁ ମୋଟା କରିବା ଲାଗି ଟ୍ରେନିଂ ସେଣ୍ଟରରେ ନାନା ପ୍ରକାର ଉପାୟ କରାଯାଇଥାଏ । ମୋଟା ଝିଅକୁ ବାହାହେବା ପାଇଁ ଏଠାରେ ବରଘର ପକ୍ଷରୁ ଅଧିକ ଟଙ୍କା କନ୍ୟା ଘରକୁ ଦିଆଯାଇଥାଏ । ମୋଟା ଝିଅ ଶାଶୂଘର ପାଇଁ ସୌଭାଗ୍ୟ ଆଣିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ