କୋଭିଡ କଟକଣା! ପୂଜାମଣ୍ଡପ ଖାଁ ଖାଁ;ଭକ୍ତ ଓ ମା’ ପରସ୍ପରକୁ ଝୁରୁଛନ୍ତି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଅଦୃଶ୍ଯ ମହାମାରୀ କରୋନା ଭୂତାଣୁ ଭକ୍ତ ଓ ଦେବାଦେବୀଙ୍କୁ ଅଲଗା କରି ଦେଇଛି ।ଦୋଳ ପୂର୍ଣ୍ଣିମା ପରଠାରୁ ଆଜିଯାଏଁ କରୋନା ସଂକ୍ରମଣ ଭୟ ଲାଗି ରହିଛି ।କେତେ ଯେ ମୁଣ୍ଡ ଗଲାଣି , ସେଥିପାଇଁ ସରକାର ଠାରୁ ଜନସାଧାରଣ ସମସ୍ତେ ଭୟଭୀତ । ଏପର୍ଯ୍ୟନ୍ତ କରୋନା ଟୀକା ଗବେଷଣା ସଫଳ ପାହଚରେ ପହଞ୍ଚି ପାରିନାହିଁ । କେତେଦିନ ଯାଏଁ ଏଭଳି ଭୟାବହ ପରିସ୍ଥିତି ଲାଗି ରହିବ ମା’ ଗଙ୍ଗେଇ ଜାଣନ୍ତି । ଶୀତ ଋତୁ ଏବଂ ପାର୍ବଣ ରୁତୁ ।କରୋନା ସଂକ୍ରମଣ ଦୃତ ଗତିରେ ବ୍ୟାପିବ ବୋଲି ସ୍ବାସ୍ଥ୍ୟ ବିଭାଗ ବିଶେଷଜ୍ଞ , ସରକାର ଜନସାଧାରଣଙ୍କୁ ସତର୍କ ବାଣୀ ସୂଚାଇଛନ୍ତି । ସଂକ୍ରମଣକୁ ଆଖି ଆଗରେ ରଖି ସବୁ ପୂଜା ମଣ୍ଡପ ପାଇଁ କୋଭିଡ କଟକଣା ଜାରି କରିଛନ୍ତି ।ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ସହର କୁଚେଇବୁଡି,ଅଁଳାଡୁବା,ଈଚିଣ୍ଡା, ହରପାର୍ବତୀ ମଣ୍ଡପ,ପୁରୁଣାଘାଟୀ,ବଜାର,ସାକିଲାଡିହିରେ ଚଳିତ ବର୍ଷ କୋଭିଡ କଟକଣାକୁ ମାନି ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ନିକଟସ୍ଥ ନଦୀ , ପୋଖରୀରୁ କଳସରେ ଜଳ ଆଣି ବାଜା ରୋଷଣୀ ସହ ଘଟ ସ୍ଥାପନା କରାଯାଇଛି । ଗୁରୁବାର ଦିନ ଷଷ୍ଠାଧୀକଳ୍ପ ଓ ବିଲ୍ବ ବରଣଶୁକ୍ରବାର ଦିନ ଘଟ ସ୍ଥାପନ ଓ ସପ୍ତମ ବିହୀତ ପୂଜା,ହୋମ ଯଜ୍ଞ, ଶନିବାର ଦିନ ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୁଜା, ରବିବାର ନବମୀ ବିହିତ ପୂଜା,ବଳି ଉତ୍ସର୍ଗ, ସୋମବାର ଦଶମୀ ବିହିତ ପୂଜା ,ଅପରାଜିତା ପୂଜା ଓ ପୂର୍ଣ୍ଣାହୁତି ପୂଜା ଆଦି କାର୍ଯ୍ୟକ୍ରମ ଚାଲୁ ରହିବ । ଭକ୍ତ ଶୂନ୍ୟ ଭାବେ ପୂଜାର୍ଚ୍ଚନା ଚାଲିଛି ।ହେଲେ ମହିଳା ଶ୍ରଦ୍ଧାଳୁ, ବୟସ୍କ/ବୟସ୍କା ଶ୍ରଦ୍ଧାଳୁ ମା’ଙ୍କୁ ଠିକ୍ ଭାବରେ ଦର୍ଶନ ଓ ପୂଜାର୍ଚ୍ଚନା କରି ପାରି ନ ଥିବାରୁ ଲୁହ ଛଳଛଳ ହୋଇ ମା’ଙ୍କୁ ଝୁରୁଛନ୍ତି ।ଆସନ୍ତାବର୍ଷ ବଂଚିଥିଲେ ଏବଂ କରୋନା ପ୍ରକୋପ କହିଥିଲେ ମା’ଙ୍କ ଦର୍ଶନ ଓ ସାନ୍ନିଧ୍ୟ ଲାଭ କରିବେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାକୁ କଡ଼ା ଦୃଷ୍ଟି ଦିଆଯାଇଛି ।


