ସିଦ୍ଧ ମହାପୁରୁଷ ବାଲାବାବାଙ୍କ ବାର୍ଷିକୋତ୍ସବ
କେନ୍ଦ୍ରାପଡା – ପବିତ୍ର ଇନ୍ଦୁପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ସିଦ୍ଧ ମହାପୁରୁଷ ବାଲାବାବାଙ୍କ ବାର୍ଷିକୋତ୍ସବ ଓ ଭାଗବତ ଜନ୍ମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶନିବାର ସକାଳ ୬ଟା ସମୟରେ ଦିଅଁଙ୍କ ପହୁଡ ଖୋଲାଯାଇ ପୂଜାର୍ଚ୍ଚନା କରାଯିବା ପରେ ୮ଟା ସମୟରେ ବାବାଙ୍କର ଏକ ଫଟୋଚିତ୍ର ସୁସଜ୍ଜିତ ବିମାନରେ ତିନିମୁହାଣୀ ଛକଠାରୁ ସାନ୍ତସାହି ପର୍ଯ୍ୟନ୍ତ ନଗର କୀର୍ତ୍ତନରେ ଯାଇ ସହର ପରିକ୍ରମା କରିଥିଲା । ଏହାପରେ ଅପରାହ୍ନ ଗୋଟାଏ ସମୟରେ ବାବାଙ୍କୁ ଷୋଡଶ ଉପ·ରରେ ପୂଜା କରାଯିବା ସହିତ ସନ୍ୟାସୀ ବେଶରେ ସଜ୍ଜିତ କରାଯାଇଥିଲା । ବାବାଙ୍କର ଏହି ବେଶ ଦେଖିବାପାଇଁ ଓ ଆର୍ଶିବାଦ ପାଇଁ ହଜାର ହଜାର ଭକ୍ତଙ୍କର ମନ୍ଦିର ପରିସରରେ ଭିଡ ଜମିଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଗୋପିନାଥଜୀଉ, ବିନୋଦବିହାରୀ ଜୀଉ ଓ ବାଲାବାବାଙ୍କ ଟ୍ରଷ୍ଟ ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପରିସରରେ ଗତ ୮ତାରିଖଠାରୁ ଆରମ୍ଭ ହୋଇଥିବା ଭାଗବତ କଥାମୃତ ଶନିବାର ରାତିରେ ଶେଷ ହୋଇଥିଲା ।