ପ୍ରତାପ ଷଡ଼ଙ୍ଗୀଙ୍କ ତୋଫାନି ପ୍ରଚାର

ଵାଲେଶ୍ୱେର, (ଓ୍ବାଇଏନ୍ଏସ୍):ଗତକାଲିର ସମ୍ମିଳିତ ମେଗା ପ୍ରଚାର ପରେ ଆଜି ଵାଲେଶ୍ୱେର ସାଂସଦ ତଥା ଭାରତ ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦଳୀୟ ପାର୍ଥି ପାଇଁ ତୋଫାନି ପ୍ରଚାର ଆରମ୍ଭ କରିଛନ୍ତି l ଆଜି ଦିବା ୧୧ଟା ୩୦ମିନିଟ ସମୟରେ ବୁଢ଼ାବଳଙ୍ଗ ମଣ୍ଡଳ ଅନ୍ତର୍ଗତ ଓଡ଼ଙ୍ଗୀ ପଂଚାୟତର ସୀଲଦା ଶିବ ମନ୍ଦିର ପଡିଆରେ ଏକ ଜନସଭା ପରେ ପଦଯାତ୍ରାରେ ଘର କୁ ଘର ବୁଲି ଦଳୀୟ ପାର୍ଥି ପାଇଁ ଭୋଟ ଭିକ୍ଷା କରିଛନ୍ତି l ଏହାପରେ ଅପରାହ୍ନ ୪ଟା ୩୦ମିନିଟରେ ରୁପ୍ସା ମଣ୍ଡଳ ଅନ୍ତର୍ଗତ ରସଲପୁର ପଂଚାୟତର ବଡ-ଦାଣ୍ଡି ବାରୁଣୀ ପଡିଆରେ ଜନସଭା ଓ ପରେ ପଦଯାତ୍ରା କରିଛନ୍ତି ଓ ସନ୍ଧ୍ୟା ୬ଟାରେ ସୁନହଟ, ୱାର୍ଡ ନମ୍ବର ୩ ହନୁମାନ ମନ୍ଦିର ପଡିଆରେ ଏକ ଜନସଭା ସହିତ ମିଶ୍ରଣ ପର୍ବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି l ଜନସଭା ମାନଙ୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତଙ୍କୁ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା l ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ବ୍ୟକ୍ତବ୍ୟରେ ରାଜ୍ୟ ସରକାର ଓ ଶାସକ ବିଜେଡି ଦଳକୁ ଶାଣିତ ଆକ୍ରମଣ କରି କହିଥିଲେ ଯେ ଏ ଉପନିର୍ବାଚନ ସଦର ନିର୍ବାଚନ ମଣ୍ଡଳୀର ଲୋକଙ୍କର ସମ୍ମାନର ପ୍ରଶ୍ନ l ଅହଙ୍କାରୀ ବିଜେଡି ଦଳର ପତନ ଏହି ନିର୍ବାଚନର ଫଳାଫଳରୁ ଆରମ୍ଭ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ l ଯେଉଁ ସବୁ ପ୍ରତିଶୃତି ବିଜେପୁର ଓ ପାଟକୁରା ଉପନିର୍ବାଚନରେ ଦେଇଥିଲେ ତାହା କେତେ ପୂରଣ ହେଇଛି ? ଲୋକଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯଦି ବିଜେଡି ଉନୟନ୍ନ କରିଥାନ୍ତ ତାହେଲେ ଗୋଟିଏ ଉପନିର୍ବାଚନ ଜିତିବା ପାଇଁ ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକମାନେ ନିଜ ନିଜର ସାମ୍ବିଧାନିକ ଦାୟିତ୍ୱକୁ ପାଳନ ନକରି ଏଠାରେ ଡେରା ପକାଇ ବସି ନଥାନ୍ତେ, ପ୍ରତି ମୁହୂର୍ତ୍ୟରେ ମିଥ୍ୟା ପ୍ରତିଶୃତି ଦେଉନଥାନ୍ତେ l ବିଜେଡ଼ର ଶାସନରେ ଦୁର୍ନୀତି ଆଜି ଶିଖରରେ ପହଂଚିଛି, ବିଧବା ଭତ୍ତା କୁହନ୍ତୁ କି ବର୍ଧ୍ୟାକ୍ୟ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ରାସନ କାର୍ଡ ବନାଇବାରେ ସବୁଥିରେ ପ୍ରିୟ-ପ୍ରୀତି, ଦଳୀୟ ଭେଦଭାବ ସହିତ ମୋଟା ଅଙ୍କର ହାତ ଗୁଞ୍ଜା ଦେବାକୁ ପଡୁଛି ବହୁତ ଦୁର୍ଭାଗ୍ୟର ବିଷୟ ଲୋକେ ତାଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ବେଳେ ମନ୍ତ୍ରୀମାନେ ସଚିବାଳୟ ଛାଡି ଏଠାରେ ଡେରା ପକାଇ ବସିଛନ୍ତି ସେ ଆହୁରି କହିଥିଲେ ଯେ ଆପଣମାନେ ଯେମିତି ମଙ୍ଗୁ ଭାଇଙ୍କୁ ବିଜୟୀ କରାଇଥିଲେ ସେମିତି ମାନସକୁ ବିଜୟୀ କରନ୍ତୁ , ମୁ କଥା ଦେଉଛି ସେ ଆପଣଙ୍କୁ ନିରାଶ କରିବା ନାହିଁ l ସର୍ବଶେଷରେ ସେ ଆସନ୍ତା ୩ତାରିଖରେ ବିଜପିକୁ ବିପୁଳ ସଂଖ୍ୟାରେ ଭୋଟ ଦାନ କରିବା ପାଇଁ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ