ଛୁରି ଭୂଷି ହତ୍ୟା ମାମଲା ; ୨ ଭାଇ ଗଲେ ଜେଲ୍ , ଛୁରୀ ଓ ଠେଙ୍ଗା ଜବତ 

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁ ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଶନିବାର ସକାଳେ ଜଣେ ପେଶାଦାର ଅପରାଧୀ ବଚ୍ଚନ ସ୍ବାଇଁ ଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀ ସ୍ବାଇଁ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୨୫୦/୨୦ ଦଫା – ୩୦୨/୩୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ହତ୍ୟା ଘଟଣାରେ ସାମିଲ ଥିବା ଅଭିଯୋଗରେ ସୋମବାର ପୋଲିସ ବନ୍ଥପଲ୍ଲୀ ଗ୍ରାମର କଙ୍ଗୁରୁ ଭୁୟାଁ ଏବଂ ତାଙ୍କ ଭାଇ କାଳିଆ ଓରଫ ସୁଶାନ୍ତ ଭୁୟାଁ ଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଘଟଣା ଦିନ ବଚ୍ଚନ ତାଙ୍କ କିଛି ସାଙ୍ଗଙ୍କ ସହ ସକାଳ ପ୍ରାୟ ୭ ଟାରେ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡା ରେ ତାସ୍ ଖେଳୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ୨ ଭାଇ ଙ୍କ ସମେତ ଅନ୍ୟ ୩ ଜଣ  ଘଟଣା ସ୍ଥଳରେ ପହଞ୍ଚି ବଚ୍ଚନ ଙ୍କୁ ପ୍ରଥମେ ଠେଙ୍ଗା ରେ ଅତର୍କିତ ଆକ୍ରମଣ କରିଥିଲେ। ବଚ୍ଚନ ଜୀବନ ବିକଳରେ ଗାଁ ରାସ୍ତାରେ ଦୌଡିବା ବେଳେ ତାଙ୍କୁ  ଗୋଡ଼ାଇ ଗୋଡ଼ାଇ ଗାଁ ରାସ୍ତାରେ   ଆକ୍ରମଣ କରାଯାଇଥିଲା। ସୁଶାନ୍ତ ବଚ୍ଚନ ଙ୍କ ପେଟ କୁ ଏକାଧିକ ଥର ଛୁରୀ ରେ ଭୁଷିବାରୁ ସେ ସଂଜ୍ଞାହୀନ ଅବସ୍ଥାରେ  ତଳେ ପଡି ଛଟପଟ ହେଉଥିବା ବେଳେ କଙ୍ଗୁରୁ ଏକ ଠେଙ୍ଗା ରେ ମୁଣ୍ଡ ଓ ହାତ କୁ ମାଡ଼ ମାରି ଫେରାର ହୋଇଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।  ବଚ୍ଚନ ଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହାୟତାରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ବଚ୍ଚନ ଙ୍କ ନାଁ ରେ ଦିଗପହଣ୍ଡି ଥାନା ସମେତ ବ୍ରହ୍ମପୁର ସଦର ଥାନା ଏବଂ ଗୋଳନ୍ଥରା ଥାନା ରେ  ହତ୍ୟା ଉଦ୍ୟମ,ରାହାଜାନୀ, ଛିନ୍ ତାଇ , ବନ୍ଧୁକ ଦେଖାଇ ଦାଦା ବଟି ଆଦାୟ,ବୋମା ମାଡ଼ ଭଳି ୧୦ ରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ଆଇ ଆଇ ସି କହିଛନ୍ତି।  ଘଟଣା ସ୍ଥଳରୁ ପୋଲିସ ରକ୍ତଭିଜା ମାଟି ସଂଗ୍ରହ କରିଥିବା ବେଳେ ଅଭିଯୁକ୍ତ ଦ୍ୱୟ ଙ୍କ ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ରକ୍ତ ଭିଜା ଛୁରୀ ଓ ଠେଙ୍ଗା ଜବତ କରି ପରୀକ୍ଷା ନିମନ୍ତେ ଫରେନସିକ ଲାବ୍ରୋଟରି କୁ ପଠାଇଛନ୍ତି। ସୂଚନା ଯୋଗ୍ୟ ଏହିକି ଯେ, ଗତ ୨୦୧୪ ମସିହାରେ ଗାଁ ରେ ଦାଦାବଟି ଆଦାୟକୁ କେନ୍ଦ୍ରକରି ରାମ ପାଢ଼ୀ ନାମକ ଜଣେ ବ୍ୟକ୍ତି ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାରେ ଗିରଫ ହୋଇ ଜେଲ୍ ରୁ ଜାମିନରେ ମୁକୁଳିଥିବା କଙ୍ଗୁରୁ ଙ୍କ ଗୋଷ୍ଠୀ ଏବଂ ବଚ୍ଚନ ଙ୍କ ଗୋଷ୍ଠୀ ମଧ୍ୟରେ ଏକାଧିକଥର ସଂଘର୍ଷ ଘଟିଥିଲା। ମହୁଡ଼ା, ବନ୍ଥପଲ୍ଲୀ,ଅନନ୍ତେଇ, ଲଙ୍ଗଳ ଦେଇ, ରଘୁନାଥ ପୁର, ଟାମଣା ପ୍ରଭୃତି ଆଖପାଖ ଅଞ୍ଚଳରେ ଥିବା ଇଟାଭାଟି,ପଥର ଖାଦାନ, ଷ୍ଟୋନ କ୍ରସର, ଗ୍ରାନାଇଟ କମ୍ପାନୀ,  ଦେଶୀ ଓ ବିଦେଶୀ ମଦ ଦୋକାନ ସମେତ ଗୋରୁ ଚାଲାଣ କାରୀ ମାନଙ୍କ ଠାରୁ  ଦାଦାବଟି ଆଦାୟ କୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ସମ୍ପୃକ୍ତ ଅଞ୍ଚଳରେ ନିଜ ନିଜର ପତିଆରା ଜାହିର ପାଇଁ ବଚ୍ଚନ ଓ କଙ୍ଗୁରୁ ପରସ୍ପର ମଧ୍ୟରେ ଉଦ୍ୟମ ଚଳାଇଥିଲେ।  ରାମ ପାଢ଼ୀ ହତ୍ୟା   ମାମଲାରେ ବଚ୍ଚନ ଙ୍କ ଭାଇ ପ୍ରମୁଖ ସାକ୍ଷ୍ୟ ଥିଲେ। ବଚ୍ଚନ ଙ୍କ ଭାଇ କୋର୍ଟ ରେ ସାକ୍ଷ୍ୟ ପ୍ରଦାନ ନ କରିବାକୁ ଅଭିଯୁକ୍ତ ମାନେ ବଚ୍ଚନ ଙ୍କ ଉପରେ ଚାପ ପକାଇ ଆସୁଥିଲେ। ବଚ୍ଚନ ଙ୍କୁ ଶୁକ୍ରବାର ରାତି ରେ ସେମାନେ କୌଶଳ କରି ଗାଁ ରୁ କେଉଁ ଏକ ଅଜଣା ସ୍ଥାନକୁ ଡକାଇ ପ୍ରଚୁର ମଦ ପିଆଇଥିଲେ। ସେଠାରେ ହିଁ ତାଙ୍କୁ ହତ୍ୟା କରିବା ନିମନ୍ତେ ବିସ୍ତୃତ ବ୍ଲୁ- ପ୍ରିଣ୍ଟ କରାଯାଇଥିଲା। ବଚ୍ଚନ ଏନେଇ ସୁରାକ ପାଇବାରୁ ତାଙ୍କର ଜଣେ ସାଙ୍ଗକୁ ସେଠାକୁ ଡକାଇ କୌଶଳ କ୍ରମେ ଖସି ଯାଇଥିଲେ ବୋଲି ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ