ବାଲେଶ୍ୱର କୃଷିକ୍ଷେତ୍ରର ଅନଗ୍ରସରତା ପାଇଁ ରାଜ୍ୟ ଉପରେ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାର ଜମି ଉର୍ବର, ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୫୯୨ ମିଲିମିଟର , ଯାହାକି ଓଡ଼ିଶାର ହାରାହାରି ବୃଷ୍ଟିପାତ ୧୪୫୧ମିମି ଠାରୁ ଅଧିକ। ତଥାପି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଏହାର କମ୍ ଶତାଂଶ କୃଷି ଉପଯୋଗୀ ଜମିରେ ଚାଷ ହୁଏ। ବାଲେଶ୍ୱରର ହେକ୍ଟର ପ୍ରତି ଉଭୟ ଖରିଫ ଓ ରବି କୃଷି ଉତ୍ପାଦନ ଅନୁଗୁଳ , ବରଗଡ ବଲାଙ୍ଗୀର , ବୌଦ୍ଧ , କଟକ ଗଂଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡା , ଖୋର୍ଦ୍ଧା ଓ କୋରାପୁଟ ଠାରୁ କମ୍; ଏମିତି କାହିଁକି ? କେବେ ନବୀନ ବାବୁଙ୍କ ସରକାର ଏ ବିଷୟରେ ଚିନ୍ତା କରିଛନ୍ତିକି ? ଏଭଳି ପ୍ରଶ୍ନ ବାଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିକାଶକୁ ପ୍ରସଙ୍ଗ କରି ବାଲେଶ୍ୱର ସଦର ଉପ ନିର୍ବାଚନ ରେ ବିଜେପି ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସ୍ଥାନୀୟ ସଂସଦ ପ୍ରତାପ ଷଡ଼ଙ୍ଗୀ। ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ ପଡିଆରେ ଆୟୋଜିତ ଏକ ଜନସଭାରେ ସେ ଉଦବୋଧନ ଦେଇ ଦୁର୍ନୀତିରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହି ଜନସଭାରେ ବୁଢ଼ାବଳଙ୍ଗ ମଣ୍ଡଳର ଜିଲ୍ଲା ପରିଷଦ ସଦସ୍ୟା ବସୁନ୍ଧରା ସିଂହ, ମଣ୍ଡଳ ସଭାପତି କାର୍ତିକ ଚନ୍ଦ୍ର ରାଉତ, ଶକ୍ତି କେନ୍ଦ୍ର ପ୍ରମୁଖ ମନ୍ମଥ ରାଉତ, ମାପଡା ବୁଥ ପ୍ରମୁଖ ରାଧାକୃଷ୍ଣ ଦାସ, ଜିଲ୍ଲା ଉପସଭାପତି ଈଶ୍ବରଚନ୍ଦ୍ର ବେହେରା,ଆନନ୍ଦପୁରର ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ , ବାହାନଗା ନୂଆଁପୁର ସରପଞ୍ଚ ମନୋରମା ମଲ୍ଲିକ ଓଳନ୍ଦା ସରପଞ୍ଚ ତଥା ଦଳୀୟ ପର୍ଯ୍ୟବେକ୍ଷକ ରାଜେନ୍ଦ୍ର ପ୍ରଧାନ ଓ ତପସ୍ୱିନୀ ମହାପାତ୍ର ପ୍ରମୁଖ ଏହି ଅବସରରେ ସଭା ରେ ଉପସ୍ଥିତ ରହି ଉଦବୋଧନ ଦେବା ସହ ବିଜେପି ପ୍ରାଥୀ ମାନସ ଦତ୍ତଂକୁ ଜିତାଇବାକୁ ଆହ୍ଵାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ