ତାରିଣୀ ମନ୍ଦିର ପରିଚାଳନା କମିଟି ସଭାପତି ନରହରି ଜେନାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଛେନାପଦିଛକ ମା ବିଶ୍ୱତାରିଣୀ ମନ୍ଦିରର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ସଭାପତି ନରହରି ଜେନାଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ଦକ୍ଷ ସଂଗଠକ ଓ ଉଦାରଚିତ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ଉଦ୍ୟମରେ ବିଭିନ୍ନ ଗ୍ରାମରେ ନୁତନ ମନ୍ଦିରମାନ ନିର୍ମାଣ କରାଯାଇ ଠାକୁରଙ୍କ ପ୍ରତିଷ୍ଠା କରାଯାଇଥିଲା । ଗତକାଲିି ଦିନ ୧୨ଟା ୪୦ମିନିଟ ସମୟରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ଭାଇ ନାରାୟଣ, କୃଷ୍ଣଚନ୍ଦ୍ର ଜେନା, ବଡପୁଅ ରବିନ୍ଦ୍ର. ମହେନ୍ଦ୍ର, ଦେବେନ୍ଦ୍ର, ପୁତୁରା ସୁରେନ୍ଦ୍ର, ସଚିନ୍ଦ୍ର , ମୁନୁ, ବୋହୁ ସନ୍ଧ୍ୟା, ଚିନୁ, ମିନୁ, ଗୀତା, ରୀତା, ସାବିତ୍ରୀ, ଜ୍ୱାଇଁ ମନୋରଞ୍ଜନ, ଗଣେଷ ପ୍ରସାଦ, ଗଗନ, କୈଳାଶ, ପ୍ରମୋଦ, ଝିଅ ଅଧିର, ସୀନ, ପ୍ରେମ, ନିରୁ, ଝୁନା, କନକ, କୁନି, ଚମ୍ପି, ନାତି ସୁବ୍ରତ, ସତ୍ୟବ୍ରତ, ଶୁଭବ୍ରତ, ତାପସ, ମନଦୀପ, ଶମ୍ବୁନାଥ, ମଣ୍ଟୁ, ପିଣ୍ଟୁ, ସୁମନ, ଟୁଲୁ ଓ ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ଛେନାପଦି ଛକର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ମାର୍କଣ୍ଡ ଚରଣ ଓଝା, ସନାତନ ଜେନା, ବିନୋଦ ବିହରୀ ଜେନା, ଚିନ୍ମୟ ନାୟକ, ଚିତ୍ତରଞ୍ଜନ ପାତ୍ର, ରାଧା ଅପା, ପଞ୍ଚାନନ ବେହେରା, କେନ୍ଦୁଝର କେମେଷ୍ଟ୍ରି, ଡ୍ରଗିଷ୍ଟ ଆନନ୍ଦପୁର ଶାଖାର କର୍ମକର୍ତ୍ତା, ନୁଆପଡା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ସୁରେନ୍ଦ୍ର କୁମାର ବେହେରା, ବିଶ୍ୱ ତାରିଣୀ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୂଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଛେନାପଦି ବଜାର ପରିକ୍ର୍ରମା କରାଇବାପରେ ତାଙ୍କ ନିଜ ଜନ୍ମସ୍ଥାନ ଟୁକୁଣା ଗ୍ରାମକୁ ନିଆଯିବା ପରେ ବୈତରଣୀ ନଦୀର ଆମ୍ବୋ ଘାଟରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମହେନ୍ଦ୍ର ଜେନା ମୁଖାଗ୍ନି ଦେଇଥିବାବେଳେ ଜେନା ପରିବାର ସଦସ୍ୟଙ୍କ ସହ ଟୁକୁଣା, ଆମ୍ବୋ ଗ୍ରାମର ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ