ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୋଦଳା ଏନଏସି ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି

କୋଦଳା,(ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଅଧ୍ୟକ୍ଷଙ୍କ ନିର୍ଦ୍ଧେଶ କ୍ରମେ କୋଦଳା ଏନଏସିର ଯନ୍ତ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗଞ୍ଜାମ ଏନଏସିକୁ ବଦଳି ହୋଇଛି l ଡୁଡା ଅଧ୍ୟକଙ୍କ କାର୍ଯ୍ୟାଳୟରୁ ଏ ନେଇ ୨୧.୧୦.୨୦ (ବୁଧବାର) ବିଜ୍ଞପ୍ତି (ଚିଠି ନଂ- ୧୬୯୧) ପ୍ରକାଶ ପାଇଛି l କିନ୍ତୁ ଏ ଯାଏଁ ଶ୍ରୀ ବେହେରା କୋଦଳା ଏନଏସି ଛାଡ଼ିନଥିବା ବେଳେ ନିଜର କାର୍ଯ୍ୟଭାର ନୂତନ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗ ହେଇଛି l ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶ୍ରୀ ବେହେରା ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବହୁତ ଥର ପ୍ରକାଶ ପାଇଥିବା ବେଳେ ଶ୍ରୀ ବେହେରାଙ୍କ କାର୍ଯ୍ୟ ଷୌଳିକୁ ନେଇ ସାଧାରଣ ଜନତା ଅସନ୍ତୋଷ ଜାହିର କରିଛନ୍ତି l ଶ୍ରୀ ବେହେରା କୋଦଳା ଏନଏସିରୁ ଯିବାକୁ ଇଚ୍ଛୁକ ଥିବା ବେଳେ ରାଜନୌତିକ ହାତ କୁଆଡେ ଲମ୍ବା ଏଣୁ କୋଦଳା ଏନଏସିରେ ପୁଣି ରହିବାକୁ ଶ୍ରୀ ବେହେରା ଆଶାୟୀ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେଣୁ ନୂତନ ଯନ୍ତ୍ରୀ କେଉଁଦିନ କୋଦଳା ଏନଏସିକୁ ଆସି କାର୍ଯ୍ୟଭାର ଗ୍ରହଣ କରିବେ ସେ ନେଇ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ