ବୃଦ୍ଧଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବୟସ ଅପରାହ୍ନ! ସତୁରୀ(୭୦)ଟପିଲାଣି। ଏବୟସରେ ରୁଗଣ ଶରୀରକୁ ନେଇ ମୂଲ ମଜୁରୀ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନି। ବୟସର ଅପରାହ୍ନରେ ଘରଟିଏ କରିନପାରି ଅନ୍ୟ କାହା ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଦାରିଦ୍ର୍ୟର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଜାମଦା ବ୍ଲକ ଅନ୍ତର୍ଗତ ଜାରକାଣୀ ପଞ୍ଚାୟତର ବାରୁଡିହି ଗାଁରେ। ଗାଁର (୩ନଂ ଓ୍ବାର୍ଡ) ଡମାନ ମୁଣ୍ଡା(୭୦)ଙ୍କ ତିନି ପୁଅ ସମସ୍ତେ ଅଲଗା ହୋଇ ଘର ସଂସାର କରୁଛନ୍ତି। ବୃଦ୍ଧ ଡମାନଙ୍କୁ ପରିଣତି ବୟସରେ ପଚାରିବାକୁ କେହିନାହିଁ। କେବଳ ବାର୍ଦ୍ଧକ ଭତ୍ତା ହିଁ ଚଳିବା ପାଇଁ ଏକମାତ୍ର ଭରସା ଯାହାକି ମାସକ ପାଇଁ ନିଅଣ୍ଟ। ମୂଲ ଲାଗିବାକୁ ତାଙ୍କର ଆଉ ବଳ ପାଉନି। ସେହିପରି ଏବେ ଡମାନଙ୍କୁ ଆଉ ଭଲ ଦିଶୁ ନାହିଁ ଭଲ ଶୁଭୁନି। ବୟସାଧିକ ଯୋଗୁଁ ଚାଲିବାର ବଳ ମଧ୍ୟ ଦିନକୁ ଦିନ କମି ଯାଉଛି । ଖରା,ବର୍ଷା ଓ ଶୀତ କାକରରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘରଟିଏ ମିଳି ପାରିଲେ ଭଲ ହୁଅନ୍ତା ବୋଲି କୋହଭରା କଣ୍ଠରେ ଡମାନ କହିଥିଲେ। ଏମିତିକି ବାରମ୍ବାର ଆବେଦନ କରିବା ସତ୍ତ୍ବେ ବି ଖାଦ୍ୟ ସୁରକ୍ଷା ଯୋଜନାରୁ ସେ ବଞ୍ଚିତ ଥିବା କହିଛନ୍ତି। ବ୍ଳକ ପ୍ରଶାସନ ଯଦି ସମାନ ଭଳିଆ ଅସହାୟ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ମଂଜୁର କରନ୍ତେ ସେ ଚିର ଉପକୃତ ହୁଅନ୍ତେ ବୋଲି ଗଣମାଧ୍ୟମକୁ କାନ୍ଦି କାନ୍ଦି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ