ପ୍ରକୃତି ବଂଧୁଙ୍କ ୧୪ତମ ଶ୍ରାଦ୍ଧ ଦିବସ ପାଳନ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ସ୍ଥିତ ବଟେଶ୍ଵର ଆଶ୍ରମ ପରିସରରେ ପ୍ରକୃତି ବଂଧୁ ବାଵାଜୀ ଚରଣ ଲେଙ୍କାଙ୍କ ୧୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସବୁଜ ବାହିନୀ ସଭାପତି ଶ୍ରୀଧର ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକୃତି ବଂଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧାପକ ଡ. ସୁଧିର ଜେନା, ସମାଜ ସେବୀ ଗଗନ ବିହାରୀ ସେଠୀ, ରବିନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଵିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂପାଦକ ଵିରଚିଂ ନାରାୟଣ ଲେଙ୍କା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମ କୁ ବିଜୟ କୁମାର ଲେଙ୍କା, ହରେକୃଷ୍ଣ ନାୟକ, ଦାମୋଦର ସାହୁ, ବନମାଳୀ ସାହୁ, ପ୍ରକାଶ ସାହୁ, ଚିଚରଂଜନ ଲେଙ୍କା, ଦାମୋଦର ମଳିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ