ଚୋରା ମଦ କାରବାରକୁ ପ୍ରଶୟ;ଧମକର ଶିକାର ହୋଇଥିବା ଲାଇସେନ୍ସପ୍ରାପ୍ତ ଭେଣ୍ଡର ଏସ୍‌ପିଙ୍କ ଠାରେ ଫେରାଦ

ଛତ୍ରପୁର,(ଦେବଦତ୍ତ ମହାରଣା) : ପୋଲିସ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ଓ ମଦ ଦୋକାନ ବନ୍ଦ କରି ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଲାଇସେନ୍ସଧାରୀ ଓ ସ୍ଥାନୀୟ ଲୋକେ ବୁଧବାର ଛତ୍ରପୁର ଆସି ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଭେଟି ଲିଖିତ ଭାବେ ଏସମ୍ପର୍କରେ ଅଭିଯୋଗ କରାଯାଇଛି । ଏହାର ଯାଂଚ ହେବ ବୋଲି ଏସପି କହିଥିବା ସୂଚନା ଦିଆଯାଇଛି । ସଟଡାଉନ୍ ଓ ଲକ୍ ଡାଉନ୍ ପାଇଁ ମଦ ଦୋକାନ ବନ୍ଦ ରହିଥିଲା । ଏହାର ସୁଯୋଗ ନେଇ ସ୍ଥାନୀୟ ଥାନା ର ସହଯୋଗ ରେ ଚୋରା ମଦ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଲକ୍ ଡାଉନ୍ ଉଠିବା ପରେ ମଧ୍ୟ ଭାଟକୁମରଡା ଅଂଚଳରେ ଚୋରା ମଦ କାରବାର ଜାରି ରହିଥିଲା । ଏହାର ପ୍ରତିବାଦ କରିବାରୁ ପୁରୁଷୋତମପୂର ପୋଲିସ ରମେଶଚନ୍ଦ୍ର ସାହୁ ଲାଇସେନ୍ସ ମଦ ଦୋକାନକୁ ବନ୍ଦ କରିଦେଇଥିବା ସେ ଏସପି ନିକଟରେ ଅଭିଯୋଗ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ୨୬ ତାରିଖରେ ଉକ୍ତ ଅଂଚଳରେ ଦେଶୀ ମଦ ବିଭିନ୍ନ ସ୍ଥାନକୁ ଯୋଗାଣ ହୋଇଥିଲା । ମଦ ବିକ୍ରି ହେବା ଜାଣି ଲାଇସେନ୍ସଧାରୀଙ୍କ ୨ ଜଣ ଷ୍ଟାଫ୍ ଏସମ୍ପର୍କରେ ସେମାନଙ୍କୁ ପଚାରିବାରୁ ସେମାନଙ୍କୁ ଦୁବୃର୍ତ ମାନେ ମରଣାନ୍ତକୁ ଆକ୍ରମଣ କରିଛନ୍ତି । ପୁରୁଷୋତମପୁର ଥାନାକୁ ଏସମ୍ପର୍କରେ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ଲାଇସେନ୍ସଧାରୀ ଅନୁରୋଧ କରିଛନ୍ତି । ସେହିପରି ଖଲିକୋଟ ଥାନା ଅଧିନ ତାଳପଡାରେ ଥିବା ସୁରେଶ ଚନ୍ଦ୍ର ସାହୁ ଙ୍କ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଭାଟି କୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବନ୍ଦ କରି ଜୋରଜବରସ୍ତ ଚୋରା ମଦ କାରବାର କରାଯାଉଥିବା ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାରୀ ରାଜସ୍ୱ କ୍ଷତି ହେଉଛି ଏବଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏସପିଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ