ଗୋପାଳପୁର ବନ୍ଦର, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଜନପ୍ରତି ନିଧି ମାନଂକୁ ନେଇ  ତ୍ରିପାକ୍ଷିକ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ  ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୋପଳପୁର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ  ଜନପ୍ରତିନିଧି ମାନଙ୍କୁ ନେଇ ଏକ ତ୍ରିପାକ୍ଷିକ ଆଲୋଚନା  ବୈଠକ ଛତ୍ରପୁର ଉପଜିଲ୍ଲାପାଳ  ପ୍ରିୟରଞ୍ଜନ ପୃଷ୍ଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପପୁର ବନ୍ଦରକୁ ସଂଲଗ୍ନ ଥିବା କଣମଣା ପଞ୍ଚାୟତ ଓ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସମସ୍ତ ଜନପ୍ରତିନିଧି ମାନଙ୍କୁ ନେଇ ଗୋପାଳପୁର ବନ୍ଦରର ମାଲ୍ ବୋଝେଇ ଯାନ ଦିବା ରାତ୍ର ଯାତାୟାତ ଓ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଗୋପଳପୁର ବନ୍ଦରର ସି ଏସ୍ ଆର ଦ୍ଵାରା ସ୍ଥାନୀୟ ଅଞ୍ଚଳର ବିକାଶ ତଥା ଆଲୋକୀକରଣ ଏବଂ ନିଯୁକ୍ତି ପାଇଥିବା ସ୍ଥାନୀୟ ସୁରକ୍ଷା କର୍ମଚାରୀଙ୍କୁ ବନ୍ଦର ତରଫରୁ ସ୍ଵତନ୍ତ୍ର ତାଲିମ୍ ଦେବା ପାଇଁ ଗୁରୁତ୍ଵ ଆରୋପ କରିଥିଲେ l ଏଥିସହ ମାଲ୍ ନେବାଆଣିବା ସମୟରେ ଗାଡ଼ି ଚଳାଚଳର ବେଗର ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ମାଲ୍ ପରିବହନ ଉପରେ ନିର୍ଦ୍ଦେଶ ଦେଇଥିଲେ lଏହି ବୈଠକରେ ଛତ୍ରପୁର  ତହସିଲଦାର  ନୀଳମାଧବ ଭୋଇ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ  ଗୌତମ କିଷାନ, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ ପ୍ରଧାନ, ଗୋପାଳପୁର ବନ୍ଦର  ସି ଇ ଓ  ସନ୍ଦୀପ ଅଗ୍ରଵାଲ ଏବଂ ଅନ୍ୟାନ୍ୟ ଅଧିକାରୀ,  କଣମଣା ସରପଞ୍ଚ ଏସ୍. ଚକ୍ରପାଣି ରେଡି, ସମିତି ସଭ୍ଯା ରଶ୍ମିତା ବେହେରା, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି ଲିଙ୍ଗରାଜ ପ୍ରଧାନ, ସମିତି ସଭ୍ୟାଙ୍କ ପ୍ରତିନିଧି  ରଞ୍ଜନ ସେଠୀ, ଯୁବ ନେତା ବିମଳ ପଣ୍ଡା,  ଜି. ଦିଲେଶ୍ଵର ରେଡ୍ଡୀ  ଏବଂ ରାବଣା ସ୍ୱାମୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ