ବନ୍ତ ପଞ୍ଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏପରିପେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ବନ୍ତ ପଞ୍ଚାୟତରେ ଦୀର୍ଘ ୧ ମାସ ଧରି ଚାଲି ଥିବା ଜନ ସଚେତନତା କାର୍ଯ୍ୟକ୍ରମ ଆଜି ୮ନଂ.ୱାର୍ଡରେ ଉଦ୍ଯାପିତ ହୋଇଯାଇଛି । ୧ ମାସ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୫ନଂ.ଜୋନ୍ ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସରପଞ୍ଚ କୃପାସିନ୍ଧୁ ସେଠୀ, ସମିତି ସଭ୍ୟା ବନ୍ଦନା ଜେନା, ୱାର୍ଡ ସଭ୍ୟସଭ୍ୟାଙ୍କ ସମେତ ଦଳୀୟ କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଘର ଘର ବୁଲି ଲୋକ ମାନଙ୍କୁ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସଚେତନତା କରାଇବା ସହିତ ମାସ୍କ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୁନା ସାହୁ, ହେମନ୍ତ ମଲ୍ଲିକ, ସଞ୍ଜୟ ନାୟକ, ପଞ୍ଚାନନ ନାୟକ, ରବିନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ଜେନା, ମହେନ୍ଦ୍ର ଖୁଣ୍ଟିଆ, ରବିନ୍ଦ୍ର ସେଠୀ, ସୂର୍ଯ୍ୟକାନ୍ତ ଜେନା, ଜିତେନ୍ଦ୍ର ରାଉତରାୟ, ରତିକାନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।


