ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣମେଳା

ପଟ୍ଟାମୁଣ୍ଡାଇ – ସମାଜର ଅବହେଳିତ ଅବସ୍ଥାରେ ଥିବା ମହିଳାମାନଙ୍କ ଆର୍ôଥକ ବିକାଶ ସହ ବ୍ୟବସାୟୀମାନଙ୍କ ବିକାଶ ବ୍ୟାଙ୍କର ମୂଳ ଲକ୍ଷ୍ୟ ବୋଲି ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ବ୍ୟାଙ୍କ ପରିସରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ ପାଇଁ ଆୟୋଜିତ ଋଣମେଳାରେ ଯୋଗ ଦେଇ ଷ୍ଟେଟବ୍ୟାଙ୍କ ଭୂବନେଶ୍ୱର ଜୋନ-୨ ର ଡିଜିଏମ କିଶନ ଶର୍ମା ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କର ମୁଖ୍ୟପରିଚାଳକ ପ୍ରକାଶ ଗ୍ରହାଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଯୋଗ ଦେଇ ଡିଜିଏମ ଶ୍ରୀଶର୍ମା କହିଲେ ସମଗ୍ର ଭାରତବର୍ଷରେ ଥିବା ଅବହେଳିତ ଲୋକମାନଙ୍କ ଆର୍ôଥକ ବିକାଶରେ ଷ୍ଟେଟବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବ୍ୟବସାୟୀ ଓ ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ଷ୍ଟେଟବ୍ୟାଙ୍କ ପ୍ରତିଶୃତିବଦ୍ଧ । ବ୍ୟାଙ୍କ ମଞୁର କରିଥିବା ଋଣର ସଦବିନିଯୋଗ କରି ଠିକଣା ସମୟରେ ଋଣ ପୈଠ କଲେ ଋଣ ଗ୍ରହୀତାଙ୍କୁ ଆଗାମୀ ଦିନରେ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିବା ସହିତ ଋଣ ଖିଳାପକାରୀଙ୍କ ବିରୁଦ୍ଧରେ ବ୍ୟାଙ୍କ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ । ବ୍ୟାଙ୍କର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ଡିଜିଏମ ଏଇ ଅବସରରେ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ ଭୂବନେଶ୍ୱର ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ସିଏମ (ଏଫଆଇ) ପ୍ରକାଶ ପାତ୍ର, ଯାଜପୁରରୋଡ ଆଞ୍ଚଳିକ କାର୍ଯ୍ୟାଳୟର ସିଏମ (କ୍ରେଡିଟ) ମନୋଜ କୁମାର ପ୍ରଧାନ ଓ ମ୍ୟାନେଜର (ଏଫଆଇ) ଆନନ୍ଦ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇ ବ୍ୟାଙ୍କର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କର କ୍ଷେତ୍ରାଧିକାରୀ ଶିବବ୍ରତ ଶତପଥୀ ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏଇ ଅବସରରେ ଡିଜିଏମ ଶ୍ରୀଶର୍ମା ୨୩ଟି ଏସଏଚଜିଙ୍କୁ ୩୪ଲକ୍ଷ ୫୦ହଜାର ଟଙ୍କାର ଋଣ ପ୍ରଦାନ କରାଯିବା ସହିତ ୧୦ଲକ୍ଷ ଟଙ୍କାର ୨ଟି ଟ୍ରାକ୍ଟର ଋଣ, ୧୮ଲକ୍ଷ ଟଙ୍କାର ଟ୍ୟାଙ୍କର ଋଣ, ୬ଲକ୍ଷ ଟଙ୍କାର ୩ଟି ମୁଦ୍ରା ଋଣ ଓ ୨୫ ଲକ୍ଷ ଟଙ୍କାର ବ୍ୟବସାୟୀକ ଋଣ ମଞୁରୀ ପ୍ରଦାନ କରିଥିଲେ । ଏହି ଋଣମେଳାରେ ଡିଜିଏମଙ୍କ ସହିତ ପଟ୍ଟାମୁଣ୍ଡାଇ ଶାଖା ମୁଖ୍ୟପରିଚାଳକ ପ୍ରକାଶ ଗ୍ରହାଚାର୍ଯ୍ୟ, କ୍ଷେତ୍ରାଧିକାରୀ ଶିବବ୍ରତ ଶତପଥୀ ଓ ମନୋରଞନ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ ଓଏଲଏମ ବିଏଲସି ସୁମିତ୍ରା ବିଶ୍ୱାଳ , ମିଶନଶକ୍ତି ସଂଯୋଜିକା ବିଜୟାଲକ୍ଷ୍ମୀ ବେହେରା ପ୍ରମୁଖ ବ୍ୟାଙ୍କ ଅଫିସର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ