ଜୁଆ ଆଡ୍ଡାରେ ଚଢ଼ାଉ; ୨୮ ଜୁଆଡ଼ି ଗିରଫ- ୫୨, ୦୦୦ ଟଙ୍କା ଜବତ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ପାଞ୍ଚଟି ଜୁଆ ଆଡ୍ଡାରୁ ୨୮ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପାଞ୍ଚ ମୁଠା ତାସ ସହ ୫୨, ୦୦୦ଟଙ୍କା ଜବତ କରାଯାଇଛି l ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼  ଗ୍ରାମ କୋଠଘର,ପି.ରାମଚନ୍ଦ୍ରପୁର ପଞ୍ଚାୟତ ଭାଲ୍ୟାଝୋଳା ଗ୍ରାମ, ତୁଳସୀପଦର ଗ୍ରାମ ଠାକୁରାଣୀ ମନ୍ଦିର, ପାଟପୁର ରାଧାକୃଷ୍ଣ ମନ୍ଦିର, ସୁମନ୍ତପୁର ମଝି ସାହିରେ ଚାଲିଥିବା ଜୁଆ ଆଡ୍ଡାରେ ପାଟପୁର  ପୋଲିସ ଚଢ଼ାଉ କରି ଜୁଆଡ଼ି ଙ୍କୁ ଧରିଥିଲା l ନରସିଂହଗଡ଼  ଗ୍ରାମରୁ ୪ ଜଣ ଜୁଆଡ଼ିଙ୍କ ସହ ୪୦୦୦ ଟଙ୍କା ସହ ଏକ ମୁଠା ତାସ, ଭାଲ୍ୟାଝୋଳା ଗ୍ରାମରୁ ୫ ଜଣ ଜୁଆଡ଼ିଙ୍କ ସହ ୧୩,୦୦୦ ଟଙ୍କା ସହ ଏକ ମୁଠା ତାସ, ତୁଳସୀପଦର ଗ୍ରାମରୁ ୧୦ ଜଣ ଜୁଆଡ଼ିଙ୍କ ସହ ୯୦୦୦ ଟଙ୍କା ଓ ଏକ ମୁଠା ତାସ, ପାଟପୁର ଗ୍ରାମରୁ ୪ ଜଣ ଜୁଆଡ଼ି ଙ୍କ ସହ ୪୦୦୦ ହଜାର ଟଙ୍କା ଏକ ମୁଠା ତାସ, ସୁମନ୍ତପୁର ଗ୍ରାମରୁ ୫ ଜଣ ଜୁଆଡ଼ିଙ୍କ ସହ ୨୨୦୦୦ ଟଙ୍କା ଏକ ମୁଠା ତାସ ପୋଲିସ ଧରିଥିଲା l ଅନ୍ୟ କେତେ ଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ l ଏନେଇ ଥାନାରେ ପାଞ୍ଚଟି ମାମଲା ରୁଜୁ ହୋଇଥିବା ପୋଲିସ ଜଣାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ