କଂକ୍ରୀଟ ରାସ୍ତା ନିର୍ମାଣରେ ଦୁର୍ନିତୀ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) ; କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କୋରୁଆ ଗ୍ରାମରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଏକ ପୁରୁଣା କଂକ୍ରୀଟ ରାସ୍ତାକୁ ସାମାନ୍ୟ ମରାମତି କରାଯାଇ ଲକ୍ଷାଧିକ ଟଙ୍କା ହଡପ କରିବାକୁ ଯୋଜନା କରାଯାଉଥିବା ଗତ ଅଗଷ୍ଟମାସ ୫ ତାରିଖରେ ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ସେହି ଅଭିଯୋଗର ତଦନ୍ତ କରାନଯାଇ ଏବେ ସେହି ପ୍ରକଳ୍ପର ଫାଇନାଲବିଲ କରିଦେବାକୁ ମସୁଧା ଚାଲିଥିବା ଅନନ୍ତ ଲେଙ୍କା, ଖଗେଶ୍ୱର ଦାସ, ନିର୍ମଳ ସାହୁ, ହରେକୃଷ୍ଣ ସାହୁ, ଗୈାରାଙ୍ଗ ଲେଙ୍କା, ଅନୀଲ ଦାସ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ବୁଧବାର ଅଭିଯୋଗ କରି ସେହି ଦୁର୍ନୀତିର ତଦନ୍ତ ଦାବିକରିଛନ୍ତି ।


