ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ: ୫ ଆହତ, ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଧିନସ୍ତ ଘୁ. ଉଦୟଗିରି ଥାନା ଅନ୍ତର୍ଗତ ଗୁଟିଗୁଡା ମୁଖ୍ୟ ସଡ଼କରେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତମାନେ ହେଲେ ପାଡାଙ୍ଗୀ କପୁନାଜୁର ଏବେନସର ନାୟକ(୬୦), ବୈଜୟନ୍ତୀ ନାୟକ(୫୦), ଶୁଶିଳା ଦିଗାଲ(୪୦), ପ୍ରେମଶିଳା ପ୍ରଧାନ(୨୪) ଏବଂ ୪ବର୍ଷର ଶିଶୁପୁତ୍ର ଆୟୁଷ ପ୍ରଧାନ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଛି । ସୂଚନାନୁସାରେ ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗୀ ଗ୍ରାମର ଏକ ପରିବାର ଘୁ.ଉଦୟଗିରି ନିକଟ ତେଲିଙ୍ଗିଆ ଗ୍ରାମକୁ ଏକ ମୃତାହ କାର୍ଯ୍ୟକୁ ଆସୁଥିବା ବେଳେ ଅଟୋ (ଓଡି ୧୨ବି-୮୦୯୭)ଟି ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲା । ଫଳରେ ଜଣେ ୪ ବର୍ଷର ଶିଶୁ ସମେତ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିଲେ । ଏବେନସର, ଶୁଶିଳା ଏବଂ ୪ବର୍ଷର ଆୟୁଷ ମୁଣ୍ଡରରେ ଗଭୀର ଆଘାତ ଲାଗି ଗୁରୁତର ଥିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୧୦୮ଆମ୍ବୁଲାନ୍‌ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ପରେ ସେଠାରୁ ୩ ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନା ନିଆଯାଇଛି। ସ୍ଥାନୀୟ ଆଇଆଇସି ନରେଶ କୁମାର ସାହୁ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ