ବିଲ୍ଟ ପେପର ମିଲ କର୍ମଚାରିଙ୍କ ଆନ୍ଦୋଳନ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ସ୍ଥିତ ବିଲ୍ଟ ପେପର ମିଲର ଅଚଳା ବସ୍ଥା ଜାରି ରହିଥିବା ବେଳେ କର୍ମଚାରି ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଥିଲେ ଓ ପେପର ମିଲର ମେନେଜମେଣ୍ଟ କୁ ଭିତରେ ପଶାଇ ଦେଇନଥିଲେ । ଆର୍ଥିକ ସଂକଟ କାରଣରୁ ମିଲର ଉତ୍ପାଦନ ୨ ବର୍ଷ ହେବ ବନ୍ଦ ଥିବା ବେଳେ କରୋନା ଯୋଗୁଁ ଗତ ମାଚ୍ଚ ମାସ ପର ଠାରୁ କର୍ମଚାରି ଙ୍କୁ ମିଲ ପରିସର କୁ ଆସିବାକୁ ବାରଣ କରିଥିଲେ ମିଲ କତ୍ତୃପକ୍ଷ । କର୍ମଚାରି ଏନ ସୁରେଶ ଙ୍କ କହିବାନୁଯାଇ ଅନଲକ ୬.୦ ପରେ ମେ ୧୭ ତାରିଖ ସମସ୍ତ କର୍ମଚାରି ନିଜ ନିଜ କାଯ୍ୟରେ ଯୋଗଦେଇ ପାରିବେ ବୋଲି ମିଲ କତ୍ତୃପକ୍ଷ କର୍ମଚାରିଙ୍କୁ ପ୍ରତିଶ୍ରୃତି ଦେଇଥିଲେ ବି ଏହାକୁ ପାଳନ କରିନଥିଲେ । କିଛି ହାତ ଗଣତି ବାହାର ରାଜ୍ୟର କର୍ମଚାରିଙ୍କୁ ମିଲ କତ୍ତୃପକ୍ଷ କାମରେ ଯୋଗ ଦେବା ପାଇଁ ଅନୁମତି ଦେଇଛନ୍ତି । ଦୀର୍ଘ ୨୨ ମାସ ହେବ ମିଲ କତ୍ତୃପକ୍ଷ ଦରମା ଦେଇ ନଥିବା ବେଳେ ୩ ମାସର ଦରମା , ମିଲ ଭିତରେ ପ୍ରବେଶ କରିବା ସହ ସମସ୍ତ କର୍ମଚାରିଙ୍କୁ ଡ୍ୟୁଟି ଦେବା ଆଦି ଦାବୀ ରେ ମୁଖ୍ୟ ଗେଟ ରେ ତାଲା ପକାଇ ସହ ବିକ୍ଷୋଭ କରିଥିଲେ । ଯେତେ ଦିନ ଯାଏ ମିଲ କତ୍ତୃପକ୍ଷ ଦାବି ପୁରଣ କରି ନାହାଁନ୍ତି ସେତେ ଦିନ ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନ କାରି ମାନେ ସୁଚନା ଦେଇଛନ୍ତି । ଉକ୍ତ ମିଲ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ଏମାନଙ୍କ ଜୀବନ ଜୀବିକା ସଙ୍କଟରେ ଗତି କରୁଛି । ଗତ୨୦୧୯ ମାଚ୍ଚ ମାସ ଠାରୁ ଶ୍ରମକ ଙ୍କ ଦରମା ମିଳି ନାହିଁ । ଏମିତିକି ଓଭର ଟାଇମ କାମ କରୁଥିବା ଶ୍ରମିକର ମଧ୍ୟ ପାଉଣା ୪ ମାସ ହେବ ମିଳି ନାହିଁ । ରାଜ୍ୟ ସରକାର ୨୦୧୭ ରେ କାରଖାନା ଚଲାଇବା ପରେ କମ୍ପାନି କୁ କେତେକ କ୍ଷେତ୍ରରେ ରିହାତି ଦେବା ପାଇ ଦେଇଥିବା ପ୍ରତିଶ୍ରୃତି କାଯ୍ୟକାରି ହୋଇ ନାହିଁ । ଜଳ କର, ବିଦ୍ୟୁତ ଦେୟ ଆଗରୁ ବକେୟା ଅଛି । ଗତ ୧୩ ଜୁଲାଇ ୨୦୧୮ ମିଲ ବନ୍ଦ ହୋଇଥିବା ବେଳେ ବହୁ ସଂଗ୍ରାମ ପରେ ୩ ମାସ ପରେ ମିଲ ଖୋଲିଥିଲା । ଏହି ମିଲରେ ୪୫୦ ସ୍ଥାୟୀ, ଅସ୍ଥାୟୀ ୭ ଶହ, ଅଫିସର ୨ ଶହ କର୍ମଚାରି ନିୟୋଜିତ ହୋଇଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ୨୦୧୯ ଫେବୃଆରୀ ରୁ କର୍ମଚାରି ଦରମା ପାଇ ନଥିବା ବେଳେ ଠିକାଦାର କର୍ମଚାରି ମାଧ୍ୟ ପ୍ରାପ୍ୟ ପାଇ ନାହାନ୍ତି । ଦରମା ନଥିବା ଯୋଗୁଁ କର୍ମଚାରିଙ୍କ ପିଲା ମାନେ ପାଠ ପଢିବାରୁ ବଞ୍ଚିତ ହୋଉଥିବା ବେଳେ ସ୍ଲୁଲରେ ନାମ ଲେଖାଇ ପାରୁ ନାହାଁନ୍ତି । ଏମତିକି କର୍ମ ଚାରି ଓ ପରିବାର ଭୋକ ଉପାସରେ ରହିଥିବା ସହ ବହୁ କଷ୍ଟରେ ଜୀବନ ନିବାହ କରୁଛନ୍ତି । ୨୦ା୪ା୧୯ ରୁ ପେପର ମିଲ ର ଉତ୍ପାଦନ ପୁଣି ବନ୍ଦ ହୋଇଛି । ତେଣୁ ମିଲର କର୍ମଚାରି ମାନେ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି । ଯଦି ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସହଯୋଗର ହାତ ନବଢାଇଲେ ମିଲ ରେ କାଯ୍ୟ କରୁଥିବା ୧୦ ହଜାରରୁ ଅଧିକ କର୍ମଚାରିଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ଯିବ ।ଦୀର୍ଘ ୮୪ ଦିନ ହେବ ଜାତୀୟ ରଜପଥ ୨୬ର ମୁଖ୍ୟଟ୍ରାଫିକ ଛକ ନିକଟରେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେବନ କରି ୧ ଘଣ୍ଟା ନିରବ ପ୍ରଦର୍ଶନ ଜାରୀ ରହିଥିବା ବେଳେ ମଙ୍ଗଳବାର ପେପର ମିଲ କର୍ମଚାରି ମାନେ ଏପରି ତାଲା ପକାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ