ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା ; ଅଭିଯୁକ୍ତ ଙ୍କ ବାପାଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁ ର ଜଣେ ନାବାଳିକାଙ୍କୁ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଏକ ଭଡ଼ାଘରେ ରଖି ଦୁଷ୍କର୍ମ କରାଯାଇଥିବା ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବାପା ତାରିଣୀ ଗୌଡ ଙ୍କୁ ମଙ୍ଗଳବାର ଗିରଫ କରି ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛି । ଥାନା ମାମଲା ନଂ. ୨୩୩/୨୦ ଦଫା – ୩୬୩/୩୬୬/୩୭୬(୨)(ହେଚ୍)/୫୦୬ ଆଇ ପି ସି , ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା – ୬ ସମେତ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନର ଧାରା – ୩ (୨)(ଭି)(ଭି. ଏ) ଆକ୍ଟ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ତାରିଣୀ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ତାରିଣୀ ତାଙ୍କ ପୁଅ ଙ୍କୁ ଗିରଫ ଭୟରେ ଫେରାର କରାଇବାରେ ସହଯୋଗ କରିଥିବା ଏବଂ ସମସ୍ତ ଘଟଣା ତାଙ୍କ ଜାଣତରେ ଘଟିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଅଭିଯୁକ୍ତ ଜଣକ ଗତ ପ୍ରାୟ ୧ ବର୍ଷ ହେଲା ତାଙ୍କ ଗାଁ ର ଜଣେ ଭିନ୍ନ ଜାତିର ନାବାଳିକାଙ୍କୁ ଭଲ ପାଉଥିଲେ । ପରେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଗାଁ ରୁ ଅପହରଣ କରିବା ପରେ ଦିଗପହଣ୍ଡି ସହରର ଏକ ଭଡାଘରେ ଆଣି ରଖିଥିଲେ । ତାଙ୍କୁ ନିଶ୍ଚିତ ବିବାହ କରିବି ବୋଲି କହି ଅଭିଯୁକ୍ତ ଜଣକ ତାଙ୍କୁ ୩ ମାସ ଧରି ନିୟମିତ ବ୍ୟବଧାନରେ ଦୁଷ୍କର୍ମ କରିବା ପରେ ତାଙ୍କୁ ଭଡାଘରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଜଣାଇଛନ୍ତି।