ପୂର୍ବ ଶତ୍ରୁତା ରୁ ଆକ୍ରମଣ ମାମଲା ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଫାଶୀଗୁଡ଼ା ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗ୍ରାମର ମହେନ୍ଦ୍ର ପ୍ରଧାନ ଙ୍କୁ ଗତ ୨୭ ତାରିଖ ରେ ଗ୍ରାମର ଅଶୋକ କୁମାର ପ୍ରଧାନ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହେନ୍ଦ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାରେ ଅଭିଯୁକ୍ତ ଅଶୋକ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି । ଥାନା ମାମଲା ନଂ.୨୫୪/୨୦ ଦଫା – ୨୯୪/୩୨୩/୪୫୨/୫୦୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ କୁ ପଠାଇ ଦିଆଯାଇଛି ।


