ରାଜ୍ୟ ସେବା ମଂଚ ପକ୍ଷରୁ କେନ୍ଦ୍ରାପଡା କଲେଜ ବିଜ୍ଞାନ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟ ସେବା ମଂଚ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ତଥା ଚଳିତବର୍ଷ +୩ ବିଜ୍ଞାନରେ କଲେଜ ଟପ୍ପର ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର କନ୍ତିଆ ଗ୍ରାମର ମାନସ କୁମାର ଜେନାଙ୍କ ସୁପୁତ୍ର ବିନୋଦ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କନ୍ତିଆ ମଠରେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କନ୍ତିଆ ମଠାଧିସ ଶିଦ୍ଧାର୍ଥ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ବିନୋଦଙ୍କୁ ପୁଷ୍ପଗୁଛ,ଉତ୍ତରୀୟ,ମାନପତ୍ର ସହ ୫ଶହ ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ବିନୋଦ +୩ ପଦାର୍ଥବିଜ୍ଞାନ ସମ୍ମାନରେ ଶତକଡା ୯୨ ପ୍ରତିଶତ ମାର୍କ ରଖି ପାସ କରିବା ସହ କଲେଜ ଟପ୍ପର ହୋଇଛନ୍ତି । ଏହି ଉତ୍ସବରେ ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ସତ୍ୟପ୍ରିୟ ଦାସ, ରମେଶ ଥାଟୋଇ, ଚିନ୍ମୟ ଦାସଙ୍କ ସମେତ ବହୁ ବୁଦ୍ଧିଜୀବି,ଶିକ୍ଷାବୀତମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ