କୋକିଢିଅ-ତେଲସରା ରାସ୍ତା ପାଲଟିଛି ମରଣଯନ୍ତ୍ରା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକର କୋକିଢିଅ-ତେଲସରା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ ଓ ସମତଳ ଅଭାବରୁ ବିପଜ୍ଜନକ ଅବସ୍ଥାରେ ରହିଛି । ଉକ୍ତ ରାସ୍ତାର ଗଂଗଦହାଟ ନିକଟରେ ଥିବା କଲର୍ଭଟକୁ ମରାମତି କରାଯାଇଥିଲା । କିନ୍ତୁ ମରାମତି ହେବା ୬ ମାସ ନ ପୁରୁନୁ ପୂର୍ଣ୍ଣବାର କଲର୍ଭଟଟି ଫାଟି ଦବିବାରେ ଲାଗୁଛି । ଫଳରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଜଣାଯାଇଛି ।   ସୂଚନା ଅନୁସାରେ,ଜଗତସିଂହପୁର ପୂର୍ତ ବିଭାଗ ବିଭାଜନ ଅଧିନ କୋକିଢିଅରୁ ତେଲସରା ପର୍ଯ୍ୟନ୍ତ ୧୧କିମି  ରାସ୍ତା ରହିଛି । ଏହି ରାସ୍ତାର କିଛି ଭାଗ କଂକ୍ରଟି ହୋଇଥିବା ବେଳେ ଆଉ କିଛି ଭାଗ ପିଚୁରେ କାମ କରାଯାଇଛି । ଉକ୍ତ ରାସ୍ତାର ପିଚୁ ରାସ୍ତାକୁ ପ୍ରତି ବର୍ଷ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ବେଳେ ବର୍ଷା ରିତୁ ପରେ ରାସ୍ତାର ଉଭୟ ପାଶ୍ୱର୍ ଘାସ ସଫେଇ ନାରେ ଅର୍ଥ ହଡପ କରୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତାରେ ଥିବା କଂକ୍ରଟି ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ ଓ ସମତଳ କରାଯାଇ ନଥିବାରୁ ଉଭୟ ପଟୁ ଆସୁଥିବା ଚାରି ଚକିଆ ଗାଡି ଅତିକ୍ରମ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବେଳେ ବେଳେ ରାସ୍ତାର କଡକୁ ଗାଡି ଚକା ଖସି ପଡିବାରୁ ଦିର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଥିବା ମଧ୍ୟ ଦେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତାର ଗଂଗଦାହାଟ ନିକଟରେ ଥିବା ଏକ କଲର୍ଭଟଟି ଫାଟି ଯିବାରୁ ରାସ୍ତା ଦବିଯାଇଥିଲା । ଏଥିରେ ସାମାନ୍ୟ ବର୍ଷା ହେବା ମାତ୍ରେ ପାଣି ଜମି ରହୁଥିଲା । ରାସ୍ତାରେ ଯାତାୟତ କରୁଥିବା ଗାଡି ଚାଳକମାନେ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଥିଲେ । ଏପରିକି ଉକ୍ତ କଂକ୍ରିଟି ରାସ୍ତା ଦବିବା ଫଳରେ ଉଭୟ ପଟର ଯୋଗାଯୋଗ ବିଛିନ୍ନ ହେବାର ସମ୍ଭାବନା ରହିଥିଲା । ଯାହାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । କିନ୍ତୁ ଉକ୍ତ ମରାମତିର ୬ ମାସ ନପୁରୁଣୁ ପୂର୍ଣ୍ଣ ଅବସ୍ଥାରେ ପରିଣତ ହୋଇଥିବା ଦେଖାଦେଇଛି । ତେଣୁ ଏହି କଲର୍ଭଟକୁ ତୁରନ୍ତ ମରାମତି କରିବା ସହିତ ଉକ୍ତ କଂକ୍ରିଟି ରାସ୍ତାର ଉଭୟ ପାଶ୍ୱର୍କୁ ସଂପ୍ରସାରଣ ଭିତିରେ ସମତଳ କରାଇବାକୁ କୋରୁଅର ପୂର୍ବତନ ସରପଂଚ ନଗେନ୍ଦ୍ର ନାୟକ,ଡେରିକି ପ୍ରାଥମିକ ସେବା ସମବାୟ ସମିତର ସଭାପତି କରୁଣାକର ନାୟକ, ଯୁବନେତା ନିଗମାନନ୍ଦ ପରିଡା, ପ୍ରକାଶ ମହାନ୍ତି, ଫେଲୁ ପରିଡା,ଦିପକ ପଣ୍ଡା,ଯଦୁମଣୀ ଜେନା ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସଂର୍ପକରେ ବିଭାଗୀୟ ଏସଡିଓ ମନତୋଶ ମହାପାତ୍ରଙ୍କୁ ପଚାରିବାରୁ ରାସ୍ତାର ଅବସ୍ଥା ବର୍ତମାନ କ’ଣ ଅଛି ଦେଖିଲା ପରେ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ