ଗୋଚର ଜମିକୁ ଇଡକୋକୁ ହସ୍ତାନ୍ତର ନିଷ୍ପତିକୁ ବିରୋଧ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ତହସିଲ୍ ଅନ୍ତର୍ଗତ ବଇଡ଼ା ମୌଜାର ଏକ ଗୋଚର ଜମିକୁ ଭୁବନେଶ୍ୱର ସ୍ଥିତ ଇଡକୋକୁ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତିକୁ ବିରୋଧ କରି ମଙ୍ଗଳବାର ସଂପୃକ୍ତ ଅଞ୍ଚଳର ଅଧିବାସୀ ମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ୍‌ଦାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୋଗ ପ୍ରମୁଖଙ୍କ ପ୍ରଦାନ କରିଛନ୍ତି । ପ୍ରଶସାନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏହାକୁ ତିବ୍ର ବିରୋଧ କରିବେ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି | ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ପ୍ରକାରେ, ବଇଡ଼ା ମୌଜାର ଖାତା ନମ୍ବର ୧୦୩(ରକ୍ଷିତ) ଓ ପ୍ଳଟ ନମ୍ବର ୫୨ରେ ଥିବା ୨.୪୯୪ ହେକ୍ଟର ଜମି ଗୋଚର ସମ୍ପତି ଅଟେ । ଉକ୍ତ ଗୋଚର ଜମି ଉପରେ ଗ୍ରାମର ପୂର୍ବ ପୁରୁଷାନୁକ୍ରମେ ଗାଈ , ଛେଳି ଓ ମେଣ୍ଢା ଚରାଇବା ସହିତ ଉପରୋକ୍ତ ଜମିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା ମଧ୍ୟ କରି ଆସୁଛନ୍ତି । ବର୍ତ୍ତମାନ ଉକ୍ତ ଭୂ-ସମ୍ପତି ଉପରେ ପ୍ରଶାସନ ଆଖି ପକାଇ ତାହାକୁ ଭୁବନେଶ୍ୱର ସ୍ଥିତ ଇଡ଼କୋକୁ ହସ୍ତାନ୍ତର ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏପରିକି ଏନେଇ ସ୍ଥାନୀୟ ଗଂଜୁଗୁଡ଼ା ସରପଞ୍ଚଙ୍କ ମଧ୍ୟ ନୋଟିସ୍ ଜାରି କରାଯାଇ ଏନେଇ ଅବଗତ କରାଯାଇଥିବାର ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏଭଳି ସ୍ଥଳେ ଉକ୍ତ ଜମିକୁ ଇଡ଼କୋକୁ ହସ୍ତାନ୍ତର ନକରିବା ପାଇର୍ ଗ୍ରାମବାସୀ ମାନେ ଦାବିକରି ଆଜି ଏହି ଦାବିପତ୍ର ପ୍ରଦାନ କରିବା ସହିତ ଉକ୍ତ ଜମିକୁ ଗ୍ରାମବାସୀଙ୍କ ହକ୍ , ସତ୍ୱ ଓ ଦାବି ଓ ଅଧିକାରୀ ସାବ୍ୟସ୍ତ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି । ପୂର୍ବତନ ଗୁଦାରି ସରପଂଚ ଗୀତାଞ୍ଜଳୀ କହଁରଙ୍କ ନେତୃତ୍ୱରେ ଗ୍ରାମର ଉମା ଚରଣ କହଁର , ବିଶ୍ୱାମିତ୍ର ଦିଗାଲ , ୱାର୍ଡ଼ ମେମ୍ବର ମାନସୀ କହଁର , ଜଳନ୍ଧର କହଁର , ଚକ୍ରମଣି କହଁର , ନିରଜଂନ ପ୍ରଧାନ , ସଂଜୟ କହଁର , ସୁଶାନ୍ତ ଗୌଡ଼ଭଳି ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ