ଅମିତାଭଙ୍କ ଘର ଆଗରେ ବିକ୍ଷାଭ

ମୁମ୍ବାଇ: ମେଟ୍ରୋ କାର୍ ଶେଡ୍ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡର ବହୁ ସେଲେବ୍ରିଟି ବିରୋଧ କରିଥିବା ବେଳେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢ଼ି ଲୋକଙ୍କ ସମାଲାଚନାର ଶିକାର ହାଇଛନ୍ତି । ଏପରିକି ଲାକେ ତାଙ୍କ ଘର ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି । ଅମିତାଭ ମଙ୍ଗଳବାର ଦିନ ଏକ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ, “ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ୍ ସୁବିଧାର ଆବଶ୍ୟକତା ଥିଲା । ତେବେ ସେ କାର୍ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହାଇ ଫେରିଥିଲେ । ସେ କହିଲେ ଏହା ସବୁଠୁ ଦ୍ରୁତ, ସୁବିଧାଜନକ ଓ ଦକ୍ଷ ।’ ଏହା ସହିତ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ । ସେ ଲେଖିଥିଲେ,”ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ । ମୁଁ ମା ବଗିଚାରେ ଗଛ ଲଗାଇଛି । ଆପଣ ଲଗାଇଛନ୍ତି କି?’ତେବେ ଅମିତାଭଙ୍କ ଏହି ଟ୍ୱିଟ୍ କୁ ନିନ୍ଦା କରି ତାଙ୍କ ଜୁହୁ ସ୍ଥିତ ବାସଭବନ “ଜଲ୍ସା’ ସାମ୍ନାରେ “ଆରେ ବଚାଓ’ ସଙ୍ଗଠନ ପକ୍ଷରୁ ବିକ୍ଷାଭ ପ୍ରଦର୍ଶନ କରାଯାଇଥିଲା । ଜଣେ ବିକ୍ଷୋଭକାରୀ କହିଥିଲେ,”ଏହା ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ । ବଚ୍ଚନ ସାର୍ ମେଟ୍ରୋକୁ ପ୍ରୋତ୍ସାହନ କରନ୍ତୁ । ଆମେ ବି ଏହାର ସମର୍ଥନ କରୁଛୁ । କିନ୍ତୁ ସେ ଗଛ ଓ ବଗିଚା କଥା କହି “ଆରେ’ ପ୍ରସଙ୍ଗକୁ ନ୍ୟୂନ କରି ଦେଇଛନ୍ତି । ଗ୍ରୀନ୍ କଭର୍ ଓ ବଗିଚା ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ସେ ଥରେ “ଆରେ’ ଯା’ନ୍ତୁ ।’ ସୂଚନାଯୋଗ୍ୟ, “ଆରେ’ରେ ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବିରୋଧ କରି ଶ୍ରଦ୍ଧା କପୁରଙ୍କ ଭଳି ରାସ୍ତାକୁ ଓହ୍ଲାଇଥିଲେ । ସେହିଭଳି ଦିଆ ମିର୍ଜା ଓ ରବିନା ଟଣ୍ଡନ ଟ୍ୱିଟ୍ କରି ଏ ନିଷ୍ପତ୍ତିକୁ ତୀବ୍ର ସମାଲାଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ