ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସାସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏଥିରେ ଅକ୍ଷୟ ମେଟ୍ରୋ ଯାତ୍ରା ସମ୍ପର୍କରେ କହିବା ସହ ଯାତ୍ରୀଙ୍କ ଭିଡକୁ ମଧ୍ୟ ଦେଖାଇଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ସେ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ଜଣେ ଦୁଇ ଜଣଙ୍କୁ ଛାଡିଦେଲେ ତାଙ୍କୁ କେହି ଚିହ୍ନି ପାରି ନାହାଁନ୍ତି । ଘଟଣା ହେଲା ଅକ୍ଷୟ ଘାଟକାପରରେ ଶୁଟିଂ କରୁଥିଲେ । ସେଠାରୁ ସେ ୱାର୍ସିୱା ଯିବାର ଥିଲା । ଆଉ ସେତେବେଳେ ଟ୍ରାଫିକ୍ ଜାମ ଯୋଗୁ ତାଙ୍କ ମ୍ୟାପ୍ ସୂଚନା ଦେଲା ଏହି ରାସ୍ତା ଅତିକ୍ରମ କରିବାକୁ ତାଙ୍କୁ ଅତିକମରେ ୨ଘଣ୍ଟା ଲାଗିବ । ସେତିକିବେଳେ ତାଙ୍କ ସହ ଥିବା ନିର୍ଦ୍ଦେଶକ କହିଥିଲେ ଚାଲ ମେଟ୍ରୋରେ ଯିବା । ହେଲେ ପ୍ରଥମେ ଭିଡକୁ ଦୃଷ୍ଟିରେ ରଖି ଅକ୍ଷୟ ମେଟ୍ରୋରେ ଯାତ୍ରା କରିବାକୁ ରାଜି ହୋଇ ନ ଥିଲେ । କିନ୍ତୁ ପରେ ଚୁପ୍ଚାପ୍ ଯାଇ ମେଟ୍ରୋ ଟ୍ରେନରେ ବସି ପଡିଥିଲେ । ଆଉ ତାଙ୍କ ସହ ୨-୩ ଜଣ ସିକ୍ୟୁରିଟି ଥିବା ବେଳେ କେହି ତାଙ୍କୁ ଚିହ୍ନି ନ ପାରିବାରୁ ସେ କିଛି ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ନ ଥିଲେ । ଆଉ ୨ ଘଣ୍ଟାର ବାଟକୁ ମାତ୍ର ୨୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ସେ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ