ମୃତ ଧୀବରଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲେ ୟୁଥ୍ ମାସ୍ ସେବା ସଂଘ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମ ନିକଟସ୍ଥ ତାମ୍ପରା ହ୍ରଦରେ ମାଛ ଧରିବା ସକାଶେ ପକାଇଥିବା ଜାଲ ଉଠାଇବା ପାଇଁ ଯାଇଥିବା ତରେଇପାଟପୁର ଗ୍ରାମର ଧିବର ଗୋପାଳ ବେହେରାଙ୍କ ମୃତଦେହ ଗତ ୩ତାରିଖ ଦିନ ଉଦ୍ଧାର କରାଯାଇଥିଲା । ସେ ବିବାହିତ ଓତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ତାଙ୍କ ମୃତ ପରେ ତାଙ୍କପରିବାର ବେସାହାରା ହୋଇଯାଇଛି । ପରିବାର ଦୁଃଖ କଷ୍ଟରେ ଚଳୁଛନ୍ତି । ମୃତ ଗୋପାଳ ରୋଜାଗାର କରିଲେ ତାଙ୍କ ପରିବାର ଚଳୁଥିଲା ।ଏହି ଘଟଣା ଜାଣିବାପରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ୍ ସେବ ସଂଘ ପକ୍ଷରୁ ତାଙ୍କ ପରିବାରଙ୍କୁ କିଛି ସହାୟତାର ହାତ ବଢାଇଛନ୍ତି । ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ନେତୃ୍‌ତ୍ୱର ସଂଘ ସଦସ୍ୟ ମାନେ ମୃତ ଗୋପାଳଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଏକ ମାସ ନିମନ୍ତେ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହାସହିତ ତିନି ହଜାରଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଏଥିରେ ସଂଘର ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, ପଙ୍କଜ କୁମାର ପାଣିଗ୍ରାହୀ , ରବିନ୍ଦ୍ର କୁମାର ଦାଶ, ସୁକାନ୍ତ ବେହେରା, ଏସ.ପ୍ରସାଦ ରାଓ, ପି.ଜଗଦୀଶ ସେନାପତି ଓ ଡିଲେଶ୍ୱର ସ୍ୱାମୀଙ୍କ ସମେତ ବହୁ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ