ଶ୍ରେଷ୍ଠ ପୋଷ୍ଟାଲ ବ୍ୟାଙ୍କରମାନଙ୍କୁ  ସମ୍ବର୍ଦ୍ଧନା

ଛତ୍ରପୁର,(ଦେବଦତ୍ତ ମହାରଣା):  ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାକୁ ବ୍ୟାପକ କରିବା ପାଈଁ ଗତ ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ଏଈପିଏସ ମହାମେଳାରେ ବ୍ରହ୍ମପୁର ଡାକ ମଣ୍ଡଳ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲା । ଏହି ସଫଳ ଅଭିଯାନରେ ନିୟୋଜିତ ଡ଼ାକ କର୍ମଚାରୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପୋଷ୍ଟମ୍ୟାନ ଓ ଶାଖା ଡ଼ାକପାଳମାନଙ୍କୁ ସୋମବାର ଦିନ ବ୍ରହ୍ମପୁର ଡ଼ାକମଣ୍ଡଳ କାର୍ଯ୍ୟାଳୟ ତରଫରୁ ଶ୍ରେଷ୍ଠ ପୋଷ୍ଟାଲ ବ୍ୟାଙ୍କର ଭାବରେ ପୁରସ୍କୃତ କରାଯାଈଛି । ଏଥି ନିମନ୍ତେ ବ୍ରହ୍ମପୁର ବରିଷ୍ଠ ଡ଼ାକ ଅଧୀକ୍ଷକ ତାରିଣୀ ଚରଣ ପାଢୀଙ୍କର ସଭାପତିତ୍ଵରେ ଆୟୋଜିତ କାର୍ଯ୍ଯକ୍ରମରେ  ମୁଖ୍ୟ ଅତିଥି ଭାଵେ ବ୍ରହ୍ମପୁରର ଅବସରପ୍ରାପ୍ତ ବରିଷ୍ଠ ଡ଼ାକ ଅଧୀକ୍ଷକ ଦିବାକର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ପୁରୀର ଅବସରପ୍ରାପ୍ତ ବରିଷ୍ଠ ଡ଼ାକ ଅଧୀକ୍ଷକ ବିଜୟ କୁମାର ଶତପଥୀ ଯୋଗ ଦେଇଥିଲେ । ଏହା ସହ ବ୍ରହ୍ମପୁର ପୋଷ୍ଟାଲ ରିଜନର ସହକାରୀ ନିର୍ଦ୍ଦେଶକ ଭବାନୀ ପ୍ରସାଦ ପାଢୀ,ବି. ମହେଶ୍ଵର ରାଓ, ସହକାରୀ ଆକାଉଣ୍ଟସ ଅଫିସର ରାଧାକାନ୍ତ ସାବତ ଓ ଆଇପିପିବି ସିନିୟର ମ୍ୟାନେଜର ବିଷ୍ଣୁ ରଥ ଏଵଂ ବ୍ରହ୍ମପୁର ଡାକ ମଣ୍ଡଳର ସହକାରୀ ଅଧୀକ୍ଷକ ଚକ୍ରଧର ନାୟକ, କିରଣମାଳା ପଣ୍ଡା, ମନୋଜ କୁମାର ବେହେରା, ବିଜୟ କୁମାର ସାହୁ ଏଵଂ ଡାକ ନୀରିକ୍ଷକ ଗଙ୍ଗା ନାରାୟଣ ମହାଳିକ ଓ ଦୁଷ୍ମନ୍ତ ଜେନା ମଞ୍ଚାସୀନ ଥିଲେ ।
ବିଜେତାମାନଙ୍କ ମଧ୍ଯରେ ଡୁରା ଶାଖାଡ଼ାକପାଳ ଗୋପାଳ ସାହୁ ପ୍ରଥମ ପୁରସ୍କାର ପାଇଥିବା ବେଳେ ମାର୍ଦ୍ଦାକୋଟ  ଶାଖାଡ଼ାକପାଳ କୀର୍ତ୍ତନ ନାୟକ ଦ୍ଵିତୀୟ ଓ  ଛତ୍ରପୁର ପୋଷ୍ଟମ୍ୟାନ ଦେବରାଜ ନାୟକ ତୃତୀୟ ପୁରସ୍କାର ପାଇଥିଲେ ।  ସେଭଳି ପ୍ରଶଂସନୀୟ କାର୍ଯ୍ଯ ପାଈଁ ପୁରସ୍କୃତ ଅନ୍ୟ ଶାଖା ଡ଼ାକପାଳ ମାନଙ୍କ ମଧ୍ୟରେ ରହିଥିଲେ ଚିରିକିପଡା ଶାସନର ସୁରେନ୍ଦ୍ର ନାଥ ସାହୁ, ବୁଢାମ୍ବର ପି ହରିଶ୍ଚନ୍ଦ୍ର ପାତ୍ର, ବି  ଏଲ ଏନ ପୁରର ସୀମାଞ୍ଚଳ ଦାଶ, କୋଳଥିଆର ସମୀର ବେହେରା, ଫୁଲଟାର ଈ.ଶ୍ରୀନିବାସ ଦୋରା, ଭେଙ୍କଟରାଇପୁରର ନରେଶ କୁମାର ଦାଶ,   ଗୋପୀନାଥପୁରର ରାନୁ ବିଷୋୟୀ, ଗଞ୍ଜୁର ଭଗବାନ ଗୌଡ଼, ପଦ୍ମପୁରର ଚନ୍ଦ୍ର ଶେଖର ବେହେରା, ରୁକୁଣୀଗାଁର ଏନ. ପର୍ଶୁରାମ ପ୍ରଧାନ, ସଉରାଚଚିନାର ଦୀପୁ ଦାସ, କେ ବରିଡାର ରଞ୍ଜନ କୁମାର ମାଝୀ,  କେଶରୀପଡାର ଆର ମନ୍ମଧ ରାଓ, ଚି ଟିକରପଡାର ନୀଳାଞ୍ଚଳ ମଲ୍ଲିକ, ଭୀଷ୍ମଗିରିର ସୁନୀଲ କୁମାର ମିଶ୍ର, ନାଳିହାଡର ଲକ୍ଷ୍ମୀକାନ୍ତ ସଂଗ୍ରାମସିଂ, ହୁକୁମାର ସନ୍ତୋଷ କୁମାର ଭଟ୍ଟ ଓ ସାହାସପୁରର ଗଣେଶ ସୁରା । ମହାମେଳାର ସଫଳ ରୂପାୟନ ଓ  ସଠିକ ପରିଚାଳନା ପାଇଁ ଡାକ ସହାୟକ ଶ୍ରୀରାମ ଜୟରାମ ମହାପାତ୍ର, ଓଭରସିୟର ରଜନୀ ପାଢ଼ୀ ଓ ଶାଖାଡାକପାଳ ବିଜୟ ଶତପଥୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତିଙ୍କ ସମେତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଡାକ ମଣ୍ଡଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ସମ୍ବର୍ଦ୍ଧନା କାର୍ଯ୍ଯକ୍ରମକୁ ବ୍ୟବସାୟିକ କାର୍ଯ୍ଯନିର୍ବାହୀ ଗୌରହରି ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ