ଉପନିର୍ବାଚନ ତିର୍ତ୍ତୋଲ ୧୦୨-ତୃତୀୟ ରାଉଣ୍ଡ୍ ଶେଷରେ ବିଜେଡି ଆଗରେ

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପନିର୍ବାଚନ ଭୋଟ ଗଣତି ଚାଲୁଅଛି । ସ୍ୱାମୀ ବିବେକାନନ୍ଦ ସ୍ଵୟଂଚାଳିତ ମହାବିଦ୍ୟାଳୟ ପରିସରରେ ବହୁ କଟକଣା ଜାରି କରାଯାଇଛି । ତୃତୀୟ ପର୍ଯ୍ୟାୟ ଭୋଟ୍ ଗଣତି ଶେଷରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗରେ ଅଛନ୍ତି । ସେ ପନ୍ଦର ହଜାର ଭୋଟ୍ ପାଇ ଆଗରେ ଅଛନ୍ତି । ଦ୍ୱତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୯ହଜାର ଭୋଟ ପାଇ ଦ୍ୱତୀୟ ସ୍ଥାନରେ ରହୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଦୁଇହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏବେ ଆହୁରି ୧୩ଟି ପର୍ଯ୍ୟାୟ ଭୋଟ୍ ଗଣତି ବାକି ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ