ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା,ମହାନଦୀ ଜଳ ବିବାଦ ଏବଂ ପୋଲଭରମ ପ୍ରକଳ୍ପ ବନ୍ଦ ନେଇ ଯୁବ ଓଡିଆଙ୍କ ବ୍ଲକରୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ଜଗତସିଂପୁର ଜିଲ୍ଲାର ବାଲିକୁଦା ବ୍ଲକର ପରିଲ ପଞ୍ଚାୟତର ଯୁବ ସମାଜସେବୀ ତଥା ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଡେଭେଲପମେଣ୍ଟର ପ୍ରାକ୍ତନ ଛାତ୍ର ସତ୍ୟବ୍ରତ ଦାସ ଗରିବ ଓଡିଶା ମାଟିର ଓଡିଆଙ୍କ ଦୁଃଖର ଭାବକୁ ବୁଝି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହିଆ କେନ୍ଦ୍ର ପ୍ରଦାନ କରିବା, ମହାନଦୀ ଜଳ ବିବାଦ ତୁରନ୍ତ ସମାଧାନ ଏବଂ ପୋଲଭରମ ପ୍ରକଳ୍ପ ବନ୍ଦ ତିନି ଦଫା ଦାବି ନେଇ ଓଡିଶାରେ ୩୧୪ ବ୍ଲକରେ ସଚେତନ ସୃଷ୍ଟି କରିବା ଉଦେଶ୍ୟରେ ପଦଯାତ୍ରା ଜୁଲାଇ ୨୦ରୁ ଯାଜପୁର ଜିଲ୍ଲାର ବଡଚଣାଠାରୁ ଆରମ୍ଭ କରିଛନ୍ତି। ଯୁବକ ଛୋଟ ହେଲେ ତାଙ୍କ ଚିନ୍ତାଧାରା ମହତ। ଯେଉଁଠି ବିଜେଡି ,ବିଜେପି ଓ କଂଗ୍ରେସ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ସେହି ସତ୍ୟବ୍ରତ ଏକ ବିଶାଳ ଦାୟିତ୍ବକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପାଦରେ ସାରା ଓଡିଶାରେ ଏହି ଯୁକ୍ତିଯୁକ୍ତ ବାରାତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଃ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଇତିମଧ୍ୟରେ ସେ ପାଦରେ ଚାଲି ଚାଲି ୭୪ ଦିନରେ ୫୮ ଟି ବ୍ଲକ ପହଞ୍ଚି ପ୍ରତି ବ୍ଲକରେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତି ଉଦେଶ୍ୟରେ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।ଆଜି ରାଇରଙ୍ଗପୁରରେ ତାଙ୍କୁ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ ରାଇରଙ୍ଗପୁର ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଛ ଓ ପଇଡ ପାନୀୟ ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସେ ଗଣମାଧ୍ୟମକୁ କହିଥିଲେ ବିଶେଷତଃ ଯୁବକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି ଉଦେଶ୍ୟ । ରାଇରଙ୍ଗପୁର ବ୍ଲକକୁ ଯାଇ ରାଷ୍ଟ୍ରପତିଙ୍କ ଊଦେଶ୍ୟରେ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ।


