ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ପଦ୍ମନାଭପୁୁର ଗ୍ରାମ ପୋଖରୀ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଏକ ପଲସର ବାଇକ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଦ୍ୱୟ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁର ଓଡ଼ିଆ ସାହିର ବାଙ୍କ ବିଷୋୟୀ ଓ ପ୍ରକାଶ ସ୍ଵାଇଁ । ମଙ୍ଗଳବାର ସକାଳୁ ପ୍ରକାଶ ବାଇକ ଯୋଗେ ନିକଟସ୍ଥ ଗ୍ରାମ ଓଡାସିଙ୍ଗି ଗ୍ରାମକୁ ଯାଇ ଫେରିବା ବାଟରେ ପୋଖରୀ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ରକ୍ତାକ୍ତ ଅବସ୍ଥାରେ ପଡି ଛଟପଟ ହେଉଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।