ନୁଆଗଡରେ ନେହେରୁ ଯୁବ କେନ୍ଦ୍ର ତରଫରୁ କରୋନା ସଚେତନତା 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂଆଗଡ ବ୍ଲକ ଅନ୍ତର୍ଗତ ଲୁହାଙ୍ଗର ପଞ୍ଚାୟତର ସୋଉରି ଗ୍ରାମର “ବକ୍ସିଜଗବନ୍ଧୁ ୟୁଥ କ୍ଲବ” ଦ୍ୱାରା କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ୟୁଥ କ୍ଲବର ସମସ୍ତ ସଦସ୍ୟ ମିଶି କରୋନାର ଭୟାବହତା ସମ୍ପର୍କରେ ସୂଚନା ଦେବା ସହ କରୋନା ଠାରୁ କିପରି ରକ୍ଷା ପାଇବା ନିୟମ ସ୍ଥାନୀୟ ସୋଉରି, ଲୁହାସିଂ ଓ ଲୁହାଙ୍ଗର ଆଦି ଗ୍ରାମରେ ପ୍ରାଚୀର ଚିତ୍ର ଜରିଆରେ ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ୍ ବା ହ୍ୟାଣ୍ଡ ସାନିଟାଇଜରରେ ବାରମ୍ବାର ହାତ ଧୋଇବା, ଜନଗହଳି ସ୍ଥାନ ଠାରୁ ଦୂରେଇ ରହିବା, ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପରିଧାନ କରିବା, ଯାନବାହାନ ଆଦିରେ ଯାତ୍ରା କଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ଗ୍ରାମର ପରିବେଶକୁ ସଫାସୁତୁରା ରଖିବା ଆଦି ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ନୂଆଗଡ ବ୍ଲକର ଜାତୀୟ ସ୍ୱୟଂ ସେବକ କରୁଣାକର ବେହର୍ଦ୍ଦଳାଇ ଏବଂ ସୁଧାଂଶୁ ରଞ୍ଜନ ପାଣି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ