ପୁରାଣ ପ୍ରଚାର ସମିତି ଆନୁକୂଲ୍ୟରେ ରଘୁନାଥ ଜୀଉ ପୂଜା

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରୀ ମଠ ପ୍ରାଙ୍ଗଣରେ ୩୬ତମ ରଘୁନାଥ ଜୀଉ ପୂଜା ଓ ପୁରାଣ ପାଠ ସହିତ ଭାଗବତ ପ୍ରବଚନ ୨ୟ ସନ୍ଧ୍ୟାର କାର୍ଯ୍ୟ ଶେଷ ହୋଇଛି । ଆଜି ସକାଳୁ ସୂର୍ଯ୍ୟ ପୂଜା, ହନୁମାନ ଚାଳିଷା ପାଠ, ଘୃତାହୂତି ସହିତ ପୁରାଣ ପାଠ ହୋଇଥିଲା । ଆଜିର ମୁଖ୍ୟ ଆକର୍ଷଣ ଥିଲେ କୁନି ପୁରାଣ ପାଠକ ଅକ୍ଷାଂଶ ଚନ୍ଦ୍ର ରାଉଳ । ବୟସ ଆଠ ବର୍ଷ । ଆକର୍ଷଣୀୟ ଶୈଳୀରେ ପୁରାଣ ପାଠକରି ସମସ୍ତଙ୍କ ହୃଦୟ ଜୟ କରିଥିଲେ । ସନ୍ଧ୍ୟାରେ ପ୍ରବଚକ ବିଭୂତି ଭୂଷଣ ପରିଡା ଭାଗବତର ଅକୃତ ଚରିତ୍ର ବିଷୟରେ ପ୍ରବଚନ ଦେଇ ମନ୍ତ୍ର ମୁଗ୍ଧ କରିଥିଲେ । ମା ଜାଗୁଳାଈ ସଂକୀର୍ତ୍ତନ ମଣ୍ଡଳ କରମଙ୍ଗ ତରଫରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । କୋଭିଡ୍ କଟକଣା ମଧ୍ୟରେ ଏହି ଧର୍ମୀୟ କାର୍ଯ୍ୟକ୍ରମ ଚାଲୁରହିଛି । ସିଙ୍ଗିରୀ ଗ୍ରାମ ବାସୀଙ୍କ ସାହାଯ୍ୟ ସହଯୋଗରେ ଆଜକୁ ୩୬ବର୍ଷ ହେଲା ଓ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ