ୟୁପିଏସସି ସିଭିଲ ସାର୍ଭିସ ପରୀକ୍ଷାରେ ସଫଳତା ପାଇଲେ ଅଙ୍କିତ ଏବଂ ରାହୁଲ

କଳାହାଣ୍ଡି,(ୱାଇଏନ୍ଏସ୍): ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସର୍ବଭାରତୀୟ ୟୁପିଏସସି ସିଭିଲ ସାର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କଳାହାଣ୍ଡିର ଦୁଇଜଣ ଗୌରବ ଅଙ୍କିତ ମିଶ୍ର ଏବଂ ରାହୁଲ ଗୋୟଲ୍ ଙ୍କୁ ଭବାନୀପାଟଣା ଭାଗୀରଥି ଇନ ପ୍ରେକ୍ଷାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତ ବର୍ଷ ଭବାନୀପାଟଣା ମହାବୀରପଡାର ଅଧ୍ୟାପକ ଅବନୀ ମିଶ୍ର ଓ ସଂଯୁକ୍ତା ମିଶ୍ରଙ୍କ ପୁଅ ଅଙ୍କିତ ୨୯୪ ରାଙ୍କ ଓ କେସିଂଗା ର ସୁନୀଲ ଗୋୟଲ ଓ ମିନା ଗୋୟଲ୍ ଙ୍କ ପୁଅ ରାହୁଲ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୧୬୮ ରାଙ୍କ ରଖିପାରିଥିଲେ । ଆଜି ସେମାନଙ୍କ କୃତିତ୍ୱ ପାଇଁ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟଙ୍କ ପୁଜ୍ୟ ପିତା ମାତାଙ୍କୁ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅଙ୍କିତ ମିଶ୍ର ତାଙ୍କର ଅନୁଭବ ସମସ୍ତଙ୍କୁ କହିଥିଲେ ଓ ଛାତ୍ର ମାନଙ୍କୁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ପୂର୍ବତନ ଉପନଗରପାଳ ଚିତ୍ତରଞ୍ଜନ ମଣ୍ଡଳ,ଟାଉନ ସଭାପତି ଧବଳେଶ୍ୱର ମହାପାତ୍ର, ଭବାନୀ ଶଙ୍କର ନିଆଲ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ