ଜିଲ୍ଲା ଦୈାରାଜଜଙ୍କ ଦ୍ୱାରା ଶିଶୁ ହତ୍ୟା ଅଭିଯୋଗରେ ୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ୮ବର୍ଷର ଶିଶୁକୁ ହତ୍ୟା କରିବା ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଉଭୟ ଅପରାଧୀଙ୍କୁ ପ୍ରତ୍ୟେକ ୬୦ହଜାର ଟଙ୍କା ଲେଖାଁଏ ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋଖାପଡା ଗ୍ରାମର ପ୍ରତାପ ନାୟକଙ୍କ ପତ୍ନୀ ପୂର୍ଣ୍ଣିମା ନାୟକ ମାର୍ଶାଘାଇ ଥାନାରେ ଗତ ଅପ୍ରେଲମାସ ୧୪ତାରିଖରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ପ୍ରତାପ ପରିବାର ପ୍ରତିପୋଷଣ ନିମନ୍ତେ ବାଙ୍ଗାଲୋରରେ ରହି ଦିନମଜୁରିଆ ଭାବରେ କାମ କରିଥାନ୍ତି । ଗତ ଅପ୍ରେଲମାସ ୧୩ତାରିଖରେ ତାଙ୍କ ଗ୍ରାମରେ ଥିବା ହନୁମାନଜୀଉଙ୍କ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ଅବସରରେ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସେହିଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ପୂର୍ଣ୍ଣମାଙ୍କ ୮ବର୍ଷର ପୁଅ ତଥା ଗୋଖାପଡା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ରାଜା ଓରଫ ରାଜକିଶୋର ନିଜର ସାଙ୍ଗସାଥିମାନଙ୍କ ସହ ଘରୁ ଯଜ୍ଞ ଦେଖିବାକୁ ଆସିଥିଲା । କିନ୍ତୁ ରାତି ସାଢେ୮ଟା ସୁଦ୍ଧା ରାଜା ଘରକୁ ନଫେରିବାରୁ ତା’ର ମା ପୂର୍ଣ୍ଣିମା ତାଙ୍କ ଝିଅ ସହ ରାଜାକୁ ଖୋଜିବାକୁ ଯଜ୍ଞ ସ୍ଥଳକୁ ଆସି ବହୁ ଖୋଜାଖୋଜି କରିଥିଲେବି ତାକୁ ପାଇନଥିଲେ । ପରଦିନ ପୁନର୍ବାର ଗ୍ରାମର ଘରକୁ ଘର ବୁଲି ରାଜାକୁ ଖୋଜି ପାଇନଥିଲେ । କିନ୍ତୁ ଅପରାହ୍ନ ପ୍ରାୟ ୪ଟା ସମୟରେ ଗ୍ରାମ ଲୋକଙ୍କ ପାଟି ଶୁଣି ଗ୍ରାମର ଦକ୍ଷିଣ ପାଶ୍ୱର୍ରେ ଥିବା ଲୁଣାନଦୀ କୁଳକୁ ଯାଇ ଦେଖନ୍ତିତ ତାଙ୍କ ପୁଅ ରାଜାର ମୃତଦେହ ନଦୀ କୁଳ ପାଣିରେ ଭାସୁଛି । ତାଙ୍କ ପୁଅର ବେକରେ ଗଭୀର ରକ୍ତାକ୍ତ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ । ଯାହାକି କୈାଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ପୁଅର ବେକକୁ କଟାଯାଇଥିଲା । କୈାଣସି ତାନ୍ତ୍ରିକ କିମ୍ବା ମନ୍ଦ ଉଦେଶ୍ୟ ରଖି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ମାର୍ଶାଘାଇ ଥାନା ପୋଲିସ କେଶ ନମ୍ବର ୮୭/୨୦୧୫ରେ ଆଇପିସିର ଧାରା ୩୦୨ ଓ ୩୪ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପୋଲିସ ତଦନ୍ତ କରି ସେହି ମାମଲାର ଅଭିଯୁକ୍ତ ଗୋଖାପଡା ଗ୍ରାମର ସ୍ୱର୍ଗତ ଚୈାଧୁରୀ ପ୍ରହଲ୍ଲାଦ ଦାସଙ୍କ ପୁଅ ଚୈାଧୁରୀ ଅବିନାଶ ଦାସ ଓରଫ ମୁନା(୪୮) ଏବଂ ସେହି ଗ୍ରାମର ସ୍ୱର୍ଗତ ହୃଷିକେଶ ଦାସଙ୍କ ପୁଅ ବୈରାଗୀ ଓରଫ ବୈକୁଣ୍ଠ ଦାସ(୩୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିଥିଲା । ଜି.ଆର.କେଶ ନମ୍ବର ୪୫୯/୨୦୧୫ ଓ ଏସ.ଟି.କେଶ ନମ୍ବର ୨୮୨/୨୦୧୫ର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡା ଆଜି ସେହି ମାମଲାର ଅଭିଯୁକ୍ତ ଚୈାଧୁରୀ ଅବିନାଶ ଦାସ ଓରଫ ମୁନା ଏବଂ ବୌରାଗୀ ଓରଫ ବୈକୁଣ୍ଠ ଦାସଙ୍କୁ ୩୦୨ଦଫାରେ ଆଜୀବନ କାରାଦଣ୍ଡ ଆଦେଶ ଦେବା ସହ ପ୍ରତ୍ୟେକ ୫୦ହଜାର ଟଙ୍କା ଲେଖାଁଏ ଜୋରିମାନା ଏବଂ ୨୦୧ଦଫାରେ ୫ବର୍ଷ କାରାଦଣ୍ଡ ସମେତ ପ୍ରତ୍ୟେକ ୧୦ହଜାର ଟଙ୍କା ଲେଖାଁଏ ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ମାନସ କୁମାର ବେହେରା ମକ୍କଦ୍ଦମା ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନା ତାଙ୍କୁ ମକ୍କଦ୍ଦମା ପରିଚାଳନାରେ ସହଯୋଗ କରୁଥିଲେ ।