ସଂଖ୍ୟାଲଘୁ ମହିଳାଙ୍କୁ ଆକ୍ରମଣ ଓ ଧମକ; ଥାନାରେ ମାମଲା

ତିର୍ତ୍ତୋଲ,( ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅଧୀନ ବିରିତୋଳ ପଞ୍ଚାୟତ ରସଲପୁର ଗ୍ରାମର ସଂଖ୍ୟା ଲଘୁ ମହିଳା ତାହେରା ଖାତୁନଙ୍କୁ ଆକ୍ରମଣ ଓ ଧମକ ନେଇ ଗୁରୁବାର ଥାନାରେ  ଏକ ମାମଲା ରୁଜୁ ହୋଇଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ଜଣାଯାଏ ମଙ୍ଗଳବାର ରାତି ୮ଟା ସମୟରେ ଏକ ରାଜନୈତିକ ରାଲିରେ ଆସୁଥିବା କିଛି ଲୋକ ଉକ୍ତ ମହିଳାଙ୍କ ଘର ଆଗରେ ଅଶ୍ରବ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ତାଙ୍କୁ ଘରୁ ଘୋଷାଡ଼ି ଆଣିବା ସହ ତାଙ୍କୁ ଉଲଗ୍ନ କରି ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କ ପରିବାର ତୁରନ୍ତ ଗାଁ ଛାଡି ଚାଲି ଯିବାକୁ ଧମକ ଦେବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଅଭିଯୋଗ ପରେ ପୋଲିସ ଏସମ୍ପର୍କରେ ଥାନାରେ କେଶ ନଂ-୪୦୮/୨୦ ରୁଜୁ କରି ତଦନ୍ତ ଚଲାଇ ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ