ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ୬ଦଫା ଦାବୀପତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗାଁ ସାଥୀ(ମେଟ)ସଙ୍ଘ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ଆଜି କେନ୍ଦ୍ରାପଡା ବିଡିଓଙ୍କୁ ଏକ ୬ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ଗୁଡିକ ମଧ୍ୟରେ କେନ୍ଦ୍ରାପଡା ବ୍ଲକର ସବୁ ପଂଚାୟତରେ ମନରେଗା ଯୋଜନାର ସମସ୍ତ ପ୍ରକଳ୍ପର କାର୍ଯ୍ୟାଦ୍ଦେଶ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ଗାଁସାଥୀଙ୍କ ନାମରେ ପ୍ରଦାନ କରାଯିବା, ବନୀକରଣ, ବୃକ୍ଷରୋପଣ, ଖେଳପଡିଆ ନିର୍ମାଣ, ପାର୍କ ନିର୍ମାଣ, ଗ୍ରାମ୍ୟ ପାଠାଗାର ଗୃହ ନିର୍ମାଣ, ଅଙ୍ଗନୱାଡି ଗୃହ ନିର୍ମାଣ, ପୋଖରୀ ଖନନ, ମାଟିରାସ୍ତା ନିର୍ମାଣ ପ୍ରଭୃତିରେ ଗାଁ ସାଥୀମାନଙ୍କୁ ନିୟୋଜିତ କରାଯିବା, ଚଳିତବର୍ଷ କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟକାରି କରାଯାଉଥିବା ପ୍ରକଳ୍ପ ଗୁଡିକରେ ଗ୍ରାମସାଥୀମାନଙ୍କର ପ୍ରାପ୍ୟକୁ ସେମାନଙ୍କ ବ୍ୟାଙ୍କ ଆକାଂଟକୁ ପଠାଯିବା ସହ ବ୍ଲକ କିମ୍ବା ପଂଚାୟତର ପ୍ରତ୍ୟେକ ମନରେଗା କାର୍ଯ୍ୟର ଅଟ୍ଟକଳ, କାର୍ଯ୍ୟାଦ୍ଦେଶ, ମଷ୍ଟର ରୋଲ ଜେନେରେଟ, ପେମେଂଟ ପ୍ରଭୃତି ଏ.ପି.ଓଙ୍କ ଜ୍ଞାତସାରରେ କରାଯିବା, ମନରେଗା କାର୍ଯ୍ୟରେ ମିଡିଲମ୍ୟାନ ଓ ଭେଣ୍ଡର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଛେଦ କରାଯିବା ସହ ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା – ୯୪୦ ତା ୧୧.୦୧.୨୦୧୯ ଅନୁଯାଇ ପ୍ରତି ଗ୍ରାମସାଥୀ(ମେଟ)ମାନଙ୍କୁ ମାସକୁ ୧୦ଦିନ ସମେତ ବର୍ଷକୁ ଏକଶହ ଦିନର କାର୍ଯ୍ୟ ସୁନିଶ୍ଚିତ ପ୍ରଦାନ କରାଯିବା, ସମସ୍ତ ଗ୍ରାମସାଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ମାସିକ ପଂଚାୟତ ବୈଠକରେ ସାମିଲ କରାଯିବା, ଗ୍ରାମସାଥୀ(ମେଟ)ମାନଙ୍କର ନିର୍ଭୁଲ ଡାଟାବେସ ପ୍ରସ୍ତୁତ କରାଯିବା ସହ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା,ମନରେଗାର ସମସ୍ତ ପ୍ରକଳ୍ପରେ ବ୍ୟବହୃତ ହେଉଥିବା ସବୁ ମଷ୍ଟର ରୋଲରେ ଗ୍ରାମସାଥୀ(ମେଟ)ମାନଙ୍କର ପ୍ରକୃତ ସ୍ୱାକ୍ଷରକୁ ବାଧ୍ୟତାମୂଳକ କରାଯିବା ସହ ବ୍ଲକର ସବୁ ପଂଚାୟତରେଗ୍ରାମସାଥୀମାନଙ୍କୁ ମନରେଗା ପ୍ରକଳ୍ପରେ ନିୟୋଜିତ କରିବାକୁ କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଏବଂ ସରପଂଚମାନଙ୍କୁ ନିର୍ଦେଶ ପ୍ରଦାନ କରାଯିବା ପ୍ରଭୃତି ଦାବୀ ରହିଛି । ଗାଁସାଥୀ(ମେଟ)ସଙ୍ଗ ମିଳିତ କ୍ରୀୟାନୁଷ୍ଠାନ କମିଟିର ବ୍ଲକ ସଭାପତି ପ୍ରଶାନ୍ତ କୁମାର ଦାସ, ସମ୍ପାଦକ କୁଶବିହାରୀ ପଣ୍ଡା, ଜିଲ୍ଲା ସଭାପତି କନକଲତା ଜେନା, ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନା, କବିର କୁମାର ବସନ୍ତିଆ, ନଳିନୀପ୍ରଭା ସାହୁ, ବାସନ୍ତୀ ସାହୁ, ଜିତା ଦାସ, ଅଞ୍ଜଳି ପ୍ରଧାନ, ଅଜୟ କୁମାର ମହାପାତ୍ର, ସୁଧିରଞ୍ଜନ ପ୍ରଧାନ, ସନ୍ତୋଷ ସୂତାର, ନିର୍ମଳ ଚନ୍ଦ୍ର ପାତ୍ର, ସୁଶାନ୍ତ କୁମାର ବିଶ୍ୱାଳ, ପ୍ରତାପ ଚନ୍ଦ୍ର ଜେନା ପ୍ରମୁଖ ବିଡିଓ ଅଶି୍ୱନୀ କୁମାର ଦାସଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏସମ୍ପର୍କରେ ସବିଶେଷ ଆଲୋଚନା କରି ସମସ୍ୟା ଗୁଡିକର ସମାଧାନ କରିବା ନିମନ୍ତେ ବିଡିଓ ଶ୍ରୀ ଦାସ ମନରେଗା ଏପିଓଙ୍କୁ ଆସନ୍ତା ୨୧ତାରିଖରେ ବ୍ଲକରେ ଏକ ବୈଠକ ଡାକିବାକୁ ନିର୍ଦେଶ ଦେଇଥିଲେ । ସେହି ବୈଠକରେ ସମସ୍ତ ପଂଚାୟତର ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ପ୍ରତ୍ୟେକ ପଂଚାୟତରେ ଥିବା ଗାଁସାଥୀ(ମେଟ)ମାନଙ୍କ ସମେତସେମାନଙ୍କ ସଙ୍ଘର ଜିଲ୍ଲା ସଭାପତି,ସମ୍ପାଦକ ଓ ବ୍ଲକ ସଭାପତିଙ୍କୁ ଡକାଯିବା ପାଇଁ ବିଡିଓ ନିର୍ଦେଶ ଦେଇଥିଲେ ।


