ବିଷ୍ଣୁପ୍ରୀୟା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ମିଶ୍ରଣ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମର ବିଷ୍ଣୁପ୍ରୀୟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦୁଇ କିଲୋମିଟରରୁ ଉର୍ଦ୍ଧ୍ୱ ଦ୍ୱରରେ ଥିବା ଜୟତଳଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରିବାକୁ ସରକାରୀ ନିର୍ଦେଶ ବିରୋଧରେ ଗ୍ରାମବାସୀମାନେ ଗୁରୁବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୧୯୩୦ ମସିହାରେ ପ୍ରତିଷ୍ଠା କରାଯାଇଥିବା ତେଣ୍ଡାକୁଡା ଗ୍ରାମର ବିଷ୍ଣୁପ୍ରୀୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତେଣ୍ଡାକୁଡା, ବଡ ନୟନପୁର, ସାନ ନୟନପୁର, ବରଢି ବଣୁଆସାହି, ବୈଦିଗଡା ପ୍ରଭୃତି ଗ୍ରାମ ଗୁଡିକର ପିଲାମାନେ ପାଠ ପଢିବା ସହିତ ବଡ ନୟନପୁର, ସାନ ନୟନପୁର, ତେଣ୍ଡାକୁଡା ଗ୍ରାମର ଦଳିତ ସାହିର ପିଲାମାନେ ମଧ୍ୟ ପାଠ ପଢିଥାନ୍ତି । ଏହି ବିଦ୍ୟାଳୟରେ ୨୯ଜଣ ଛାତ୍ରଛାତ୍ରୀଙ୍କ ନାମ ପ୍ରବେଶ ରେଜିଷ୍ଟରରେ ଥିଲେ ମଧ୍ୟ ସରକାରଙ୍କ ନିୟମକୁ କିଭଳି ଅଣଦେଖା କରାଯାଇ ଏହି ସ୍କୁଲକୁ ଜୟ ତଳଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିର୍ଦେଶ ପ୍ରଦାନ କରାଗଲା ତାହା ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସୁଶାନ୍ତ ମହାନ୍ତି, ସରୋଜ ମଲ୍ଲିକ, ଅନିତା ମଲ୍ଲିକ, ମାତାଜି ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ଅଶୋକ କୁମାର ଗୋଛାୟତ, ବର୍ଷା ମଳିକ, ସନ୍ଧ୍ୟା ମଳିକ, ଲିଲି ମଳିକ, ଲୋପାମୁଦ୍ରା ମଳିକ ପ୍ରମୁଖ ବହୁ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଏହି ଅଭିଯୋଗକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଆବଶ୍ୟକ ତଦନ୍ତ କରିବା ପାଇଁ ପଠାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ