୫ଲକ୍ଷ ଟଙ୍କାର ଆତସବାଜି ଜବତ; ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ ଦୀପାବଳି ପର୍ବରେ ଆତସବାଜି ନଫୁଟାଇବାକୁ ଅନୁରୋଧ କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ଗ୍ରୀନ ଦୀପାବଳି ପାଳନ କରିବା ସକାଶେ ପରାମର୍ଶ ଦିଆଯାଇଛି । ଆତସବାଜି ବିକ୍ରି କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନାହିଁ । ତେବେ ହିଞ୍ଜିଳି ଥାନା ଅଂଚଳରେ କିଛି ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଆତସବାଜି ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା । ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ବଜାରର ଏକ ଭେରାଇଟ ଷ୍ଟୋର ଓ ସ୍ଥାନୀୟ ଥାନା ବେଲଗାଁର ଏକ ଦୋକାନରେ ବେଆଇନ ଭାବେ ଆତସବାଜି ବିକ୍ରି କରୁଥିବା ଅଭିଯୋଗରେ ୨ ଦୋକାନୀ ମାଲିକଙ୍କୁ ଗିରଫ କରାଯିବା ସହ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆତସବାଜି ଜବତ କରାଯାଇଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୪୦୬ ଓ ୪୦୭/୨୦ରେ ୨ଟି ମାମଲା ରୁଜୁ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି ।


