ଗ୍ରୀନ ଦୀପାବଳି ପାଳନ ସକାଶେ ବୈଠକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଚଳିତ ସପ୍ତାହ ସାରା ଜିଲ୍ଲାରେ ଗ୍ରୀନ ଦୀପାବଳି ପାଳନ ସକାଶେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଶୁକ୍ରବାର ପୋୖରାଞ୍ଚଳରେ ଏହି ନିଷ୍ପତ୍ତିକୁ ସାକାର କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ସମସ୍ତ ପ୍ରକାର ବ୍ୟବସାୟୀ ସମବେତ ହୋଇଥିଲେ । ଏହି ଅବସରରେ କୋଭିଡ ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟବସାୟୀ ବିନା ମାସ୍କରେ ସେବା ଯୋଗାଇ ଦେବାକୁ ବାରଣ କରା ଯାଇଥିଲା । ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସହ ପୋୖରାଞ୍ଚଳରେ କୌଣସି ସ୍ଥାନରେ ବାଣ କିମ୍ବା ଆତାସବାଜି ନ ଫୁଟାଇ କେବଳ ଦୀପ ଜାଳି ପାରମ୍ପରିକ ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏତଦ ବ୍ୟତୀତ ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜ ଦୋକାନ ସମ୍ମୁଖରେ ୫ ମିଟର ପରିମିତ ଅଞ୍ଚଳକୁ ସଫା ସୁତୁରା ରଖିବା ସହ ଆବର୍ଜନା ଗୁଡିକୁ ଡଷ୍ଟବିନରେ ସଂଗ୍ରହ କରି ଆବର୍ଜନା ଗାଡିରେ ୧୦ ଦିନ ପର୍ଯ୍ୟନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅଶ୍ୱିନୀ କୁମାର ନାୟକ, ବିବେକାନନ୍ଦ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ମାନସ ରଞ୍ଜନ ଦାସଙ୍କ ସମେତ ଲକ୍ଷ୍ମୀ ନୃସିଂହ ବଣିକ ସଂଘର ସଭାପତି ନୃସିଂହ ଚରଣ ପଟ୍ଟନାୟକ,ସଦସ୍ୟ ଓ ସମସ୍ତ ଛୋଟ ବଡ଼ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ