ମିଶ୍ରଣ ସ୍କୁଲ ସମୂହର ବୈଠକ ଆସନ୍ତା ୧୬ତାରିଖରେ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସ୍ୱାଧୀନତାର ୭୪ ବର୍ଷ ପରେ ଶିକ୍ଷା ସମସ୍ତ ନାଗରିକଙ୍କ ପାଇଁ ମାଗଣା ବୈଜ୍ଞାନିକ ଭିତିକ ହୋଇପାରିଲା ନାହିଁ । ପରନ୍ତୁ ମାନବକୁ ସମ୍ବଳ ବୋଲି ବିଚାର କରୁଥିବା ସରକାର ମାନେ ମାନବକୁ ବୋଝ ବୋଲି ଭାବି, ଶିକ୍ଷାକୁ ଘରୋଇ କରଣ, ବ୍ୟବସାୟ କରଣକରିଲେ । ଯାହା ଫଳରେ ଦେଶରେ ପଇସା ଥିବା ଲୋକ ପାଠ ପଢିବେ । ନଥିବା ଲୋକ ଶିକ୍ଷାରୁ ବଂଚିତ ହେବେ । ଗାଁ ଗଣ୍ଡାରେ ଯେତେ ସରକାରୀ ସ୍କୁଲ ରହିଲା, ସେ ସ୍କୁଲର ଅବସ୍ଥା ନ କହିଲେ ଭଲ । କେଉଁଠି ସ୍କୁଲ ନାହିଁ ତ, କେଉଁଠି ଶିକ୍ଷକ ନାହାନ୍ତି । ଏପରି ଅବସ୍ଥାରେ ସରକାରୀ ବିଦ୍ୟାଳୟ ଥିଲା ବେଳେ, ତାହାକୁ ବଦଳାଇ ଦିଲ୍ଲୀ ସରକାରଙ୍କ ଢାଂଚାରେ ସ୍କୁଲ ନ କରି ସରକାର ଏବେ ୨୦ରୁ କମ ଥିବା ପିଲାଙ୍କ ସ୍କୁଲକୁ ବଙ୍ଗୋପସାଗରକୁ ଫୋପାଡି ଦେବା ଭଳି ନିଷ୍ପତି ଓ ୨୦ରୁ ୪୦ ଥିବା ପିଲାଙ୍କୁ ୧ କିମି ମଧ୍ୟରେ ମିଶ୍ରଣ କରିବାକୁ ନିଷ୍ପତି ନେଇଛନ୍ତି । କେଉଁଠି ଠିକ ଭାବରେ ରାସ୍ତା ମାପ ହୋଇନାହିଁ ତ, କେଉଁଠି ପିଲାଙ୍କ ଉପସ୍ଥାନରେ ହିସାବ ଠିକ ନାହିଁ । ଏ ପରିସ୍ଥିତିରେ ତୋଗଲକି ଶାସନ ବିରୋଦ୍ଧରେ ଆସନ୍ତା ୧୬ତାରିଖ ସେମାବାର ସକାଳ ୯ଟା ସମୟରେ କୋର୍ଟ ଛକ ଠାରେ ଏହି ସ୍କୁଲ ସମୂହର ଏକ ବୈଠକ କରାଯାଇ ଆଗାମୀ କାର୍ଯ୍ୟପନ୍ଥୀ ଗ୍ରହଣ କରାଯିବ ବୋଲି ଗଣ ସଂଗ୍ରାମ ସମିତିର ଆବାହକ ଆଇନଜିବୀ ରମଣୀ ରଞ୍ଜନ ରାଉତରାୟ ଜଣାଇବା ସହ ମୋବାଇଲ ନମ୍ବର -୯୯୩୭୨୦୬୭୫୬ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।


