ମହାପୁରୁଷଙ୍କ ପାଖେ ଦ୍ୱୀପ ଜାଳି ପାଳିଲେ ଦୀପାବଳି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଏକ ନିଆରା ଢ଼ଙ୍ଗରେ ଦୀପାବଳୀ ପାଳନ କଳେ ପୂଜ୍ୟପୂଜା ଓ ଭାଷା ପ୍ରାଣ ତଥା ସଂସ୍କୃତି ସୁରକ୍ଷା ଅଭିଯାନର ସମର୍ପିତ ସଦସ୍ୟ, ଯୁବ ସମାଜସେବୀ ମନୋରଂଜନ ବାରିକ । ରାଜଧାନୀରେ ଥିବା ପ୍ରମୁଖ ମହାପୁରୁଷ ମଧୁସୁଦନ ଦାସ, କର୍ମବୀର ଗୌରୀଶଙ୍କର , ପଣ୍ଡିତ ଗୋଦାବରୀଶ ମିଶ୍ର, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ୍ ଜୟୀ ରାଜଗୁରୁ ପ୍ରମୁଖଙ୍କ ପ୍ରତିମୂର୍ତି ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କରୋନା ମହାମାରୀରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ଭଗବାନ ଓ ପିତୃପୁରୁଷଙ୍କୁ ନିବେଦନ କରିଥିଲେ । ଏହି ଅଭିନବ ଓ ନିଆରା ପ୍ରୟାସକୁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହିତ ସମସ୍ତ ସଦସ୍ୟ ତାଙ୍କ ଶୁଭ ଆଶିଷ କାମନା ପ୍ରଦାନ କରିଥିଲେ । ଆଜିର ଯୁବପିଢ଼ି ପାଇଁ ଏହା ଏକ ସୁବାର୍ତା ବୋଲି ଅଧ୍ୟକ୍ଷ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ