ଦୀର୍ଘ ୨ବର୍ଷ ପରେ ଖୋଲିଲା ଶ୍ରୀ ଶ୍ରୀ ତୁମ୍ବେଶ୍ୱର ମହାଦେବଙ୍କ ପରିଚାଳନା କାର୍ଯ୍ୟାଳୟ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତ ନୂଆପାରୀ ଗ୍ରାମରେ ଥିବା ସର୍ବପୁରାତନ ଶୈବପୀଠ ଶ୍ରୀ ଶ୍ରୀ ତୁମ୍ବେଶ୍ୱର ମହାଦେବଙ୍କ ପରିଚାଳନା କାର୍ଯ୍ୟାଳୟ ଦୀର୍ଘ ୨ ବର୍ଷ ପରେ ଶୁକ୍ରବାର ଖୋଲାଯାଇଛି । ମନ୍ଦିର କାର୍ଯ୍ୟାଳୟଟି ପଂଚାୟତରେ ଥିବା ଦୁଇଟି ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ଦୀର୍ଘ ଦିନ ହେବ ବନ୍ଦ ରହିଥିଲା । ସୂଚନା ଯୋଗ୍ୟ ଯେ ୨ଗୋଷ୍ଠୀ ଙ୍କ ବିବାଦ ଯୋଗୁ ମନ୍ଦିର କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁ ମନ୍ଦିରର କୌଣସି ଆସବାବପତ୍ର ବାହାରି ପାରୁ ନଥିଲା । ଯାହାଫଳରେ ମନ୍ଦିରର ତାଲା ଖୋଲିବା ପାଇଁ ମନ୍ଦିର ବୁଝାବୁଝି କରୁଥିବା ପରିଚାଳନା ଟ୍ରଷ୍ଠି ପକ୍ଷରୁ ଦେବତୋର ବିଭାଗ ନିକଟରେ ଆବେଦନ କରିଥିଲେ । ଦେବତୋର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ଆଇନାନୁଯାୟୀ ଦେବୋତର କମିଶନରଙ୍କ ପକ୍ଷରୁ ଏକ ପତ୍ର ୨୧ ଅକ୍ଟୋବର ୨୦୨୦ ରେ କଟକସ୍ଥିତ ଦେବତୋର ଡିଭିଜିନାଲ ଇନସପେକ୍ଟରଙ୍କ ସହିତ ମନ୍ଦିରର ଟ୍ରଷ୍ଟି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପ ଜିଲାପାଳ, ନାଉଗାଁ ଥାନା ଅଧିକାରୀ, ଜିଲ୍ଲା ଦେବୋତର ଇନ୍ସପେକ୍ଟରଙ୍କ ସମେତ କାର୍ଯ୍ୟାଳୟ ବନ୍ଦ କରିଥିବା ଗୋଷ୍ଠୀଙ୍କୁ ତାଲା ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ମାଜିଷ୍ଟ୍ରଟେ ନାଉଗାଁ ତହସିଲର ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତିରେ କଟକ ଦେବତୋର ବିଭାଗର ଡିଭିଜିନାଲ ଇନ୍ସପେକ୍ଟର ରମେଶ ଚନ୍ଦ୍ର ସିଂ,ଜଗତସିଂହପୁର ଦେବତୋର ଇନସପେକ୍ଟର ପୁଷ୍ପିତା ବେହେରା, ନାଉଗାଁ ଥାନାଧିକାରୀ ଭରତ କୁମାର ବେହେରା, ଟ୍ରଷ୍ଟି ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା । ଗୃହ ମଧ୍ୟରେ ଥିବା ଆସବାବପତ୍ରର ହିସାବ କରାଯାଇ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଟ୍ରଷ୍ଟି ଦେବୀ ପ୍ରସାଦ ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ