ବିଦ୍ୟୁତ୍ ବିଲ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି କାଶୀନଗର ଶାଖା ପକ୍ଷରୁ ବିଦ୍ୟୁତ୍ ବିଲ ପ୍ରତ୍ୟାହାର ଦାବିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାଶୀନଗର ବ୍ଲକ ପ୍ରଶାସନ ଜରିୟାରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଦର୍ଶାଯାଇଛି ଯେ,ଦିଲ୍ଲୀରେ ଆପ୍ ସରକାର ବିଗତ ୫ବର୍ଷରେ ଥରେବି ବିଦ୍ୟୁତ ବିଲ୍ ବଢାଇ ନଥିଲେ ମଧ୍ୟ ଓଡିଶାରେ ବିଭିନ୍ନ ସମୟରେ ତାହା ବୃଦ୍ଧି ପାଉଛି । ଦିଲ୍ଲି ମଡେଲକୁ ଅନୁସରଣ କରି ଓଡିଶାରେ ବି କାର୍ଯ୍ୟ ହେବା ଉଚିତ । କମ୍ପାନୀମାନଙ୍କ ସ୍ୱାର୍ଥରେ ବିଦ୍ୟୁତ ଦର ବଢାଯାଇଛି ବୋଲି ଏହି ପତ୍ରରେ ଅଭିଯୋଗ ହେବା ସହ ତୁରନ୍ତ ବିଦ୍ୟୁତ ଦର ପ୍ରତ୍ୟାହାର ଲାଗି ଦାବୀ ହୋଇଛି । ଆପ୍‌ର ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କାଶୀନଗର ବ୍ଲକ ଅଫିସରେ ପହଞ୍ôଚ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ