ମହେନ୍ଦ୍ରଗିରିି ପାଦଦେଶର କଳିଙ୍ଗ ଜଙ୍ଗଲରେ ନରକଙ୍କାଳ ଠାବ;ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ତନାଘନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା କଇଁପୁର ପଞ୍ଚାୟତ ଗାରାବନ୍ଧ ଥାନା କଳିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ନରକଙ୍କାଳ ଗଛରେ ଝୁଲନନ୍ତା ଅବସ୍ଥାରେ ଠାବ ହୋଇଛି । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିଛନ୍ତି । ଏକ ଅପ ମୃତ୍ୟୁ ମାମଲା ରୁଜୁ କରିବା ସହ ପରୀକ୍ଷା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇ ତଦନ୍ତ ଜାରି ରହିଛି । ନର କଙ୍କାଳଟି ସେହି ଗ୍ର।।ମର ଲକ୍ଷ୍ମୀ ଶବର (୩୮)ଙ୍କର ବୋଲି ଅଞ୍ଚବାସୀ ଅନୁମାନ କରୁଛନ୍ତି । ଲକ୍ଷ୍ମୀ ଶବର କୌଣସି କାରଣ ବଶତଃ ବାହାରକୁ ଯାଇ ଆଉ ଘରକୁ ନ ଫେରିବାରୁ ସେ ଗତ ସେପ୍ଟେମ୍ବର ୧୩ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ଭାଇ ତ୍ରିନାଥ ଶବର ଥାନାରେ ଅଭିଯୋଗ କରିଥିଲେ । ଗାରାବନ୍ଧ ଥାନାରେ ଏକ ୟୁଡି କେସ ନଂ ୫/୨୦୨୦ରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।


