କୋଭିଡ ଯୋଦ୍ଧାଙ୍କୁ ପାରଳା ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଏର୍ଦଲା ସାହି ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟ ଠାରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ କୋଭିଡ ଯୋଦ୍ଧା ତଥା ସ୍ୱଚ୍ଛସାଥି ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ-୧୯ ଭଳି ଏକ ମହାମାରି ପରିସ୍ଥିତିରେ ଏହି ସ୍ୱଚ୍ଛ ସାଥି ମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବା କରିବା ସହ ପରିବେଶକୁ ସ୍ୱଚ୍ଛ କରିବା ଦିଗରେ ଏକ ମହାନ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ନଗର ଯୁବ ସଭାପତି ସନ୍ତୋଷ ଜେନା, କୋଟାଲା ଯୁବରାଜ ପ୍ରମୁଖ ଉପସ୍ଥିତ ରହିଥିଲେ ।


