କନ୍ଧମାଳରେ ଆବାସ ଯୋଜନା କାହା ପାଇଁ?

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାର ଗ୍ରାମାଞ୍ଚଳ ର ଗରିବ ବାସହୀନ ଲୋକଙ୍କ ପାଇଁ ଆବାସ ଯୋଜନାରେ ମ।ଗଣାରେ ବାସଗୃହ ଯୋଗାଇଦେବା କଥାକହୁଛନ୍ତି । ହେଲେ ଏ ସବୁ ଯୋଜନା ଗରୀବ ହିତାଧିକାରୀଙ୍କ ପାଖରେ କିଭଳି ପହଞ୍ଚୁଛି ତାହା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ସଲାଗୁଡ଼ା ପଞ୍ଚାୟତର ନେଡ଼ି ପଦର ଗ୍ରାମର ୭୦ ବର୍ଷର ନବୀଡିଗଲଙ୍କ ଘରକୁ ଦେଖିଲେ ଜଣାପଡିବ ୭୦ ବର୍ଷର ନବୀ ଏବେ ଗଲା କିଛିବର୍ଷ ହେଲା  ଏହି ଭଙ୍ଗା ଦଦରା ଘରେ ରହୁଛି । ଘରର କାନ୍ଥବୋଲି କିଛି ନାହିଁ । ଚିରା ପଲିଥିନ ପକାଇ ରହିଛି ନବୀ , ଗଲା ତିତିଲି ବାତ୍ୟାରେ ଘର ଭୁଷୁଡି ପଡିଥିଲ । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଯାଏ ଗୁହାରି କରି କରି ଥକିଗଲେଣି ହେଲେ କିଏ ଶୁଣିବାକୁ ନାହିଁ। ଏପଟେ ରୋଗରେ ପଡି ସ୍ତ୍ରୀ ଗଲା ୭ବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି । ସମ୍ପର୍କୀୟ ମାନେ ମଧ୍ୟ ପଚାରୁନାହାନ୍ତି। କଣ କରିବେ ଭାଗ୍ୟକୁ ଆଦରି ଏହି ଭଙ୍ଗା କୁଡିଆ’ଟିରେ ପଡିରହିଥିବା କହିଛନ୍ତି ନବୀ ଡିଗାଲ ।ଏନେଇ ସଲାଗୁଡ଼ା ସରପଞ୍ଚଙ୍କୁ ପଚାରିବାରେ ସେ ନବୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସେ ବିଡିଓଙ୍କୁ କହିଛନ୍ତି। ଦାୟୀତ୍ଵରେ ଥିବା ଫିରିଙ୍ଗିଆ ବିଡିଓ ଶାନ୍ତନୁ କୁମାର ନାଏକ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ଅସହାୟ ବୁଦ୍ଧ ନବୀଙ୍କୁ ବିଡିଓ ବାବୁ କେବେ ଘର ଖଣ୍ଡିଏ ଯୋଗାଇଦେବେ ତାହା ଦେଖିବାର କଥା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ