ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସମବାୟ ସପ୍ତାହ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଟିଲୋ ସେବା ସମବାୟ ସମିତିରେ ସଂପାଦକ ବ୍ରଜ କିଶୋର ବିଶ୍ୱାଳ ପତାକା ଉତ୍ତୋଳନ କରିଥିବା ବେଳେ ସହସଂପାଦକ ଦୀନବନ୍ଧୁ ସାମଲ, କର୍ମଚାରୀ ପର୍ଶୁରାମ ପାତ୍ର, ପ୍ରାକ୍ତନ ସଭାପତି ବିଜୟ କୁମାର ନାୟକ, ସଭ୍ୟ ଅର୍ଜ୍ଜୁନ ଚରଣ ପଣ୍ଡା, ସଂଗ୍ରାମ କେଶରୀ ଜେନା, ପ୍ରବୀର ରାଉତ ଉପସ୍ଥିତ ଥିଲେ । ବସନ୍ତିଆ ସେବା ସମବାୟ ସମିତିରେ ପୂର୍ବତନ ସଭାପତି ତଥା ସମବାୟବିତ୍ ବସନ୍ତ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ବିବେକାନନ୍ଦ ବିଶ୍ୱାଳ, ସହସଂପାଦକ ଅଶୋକ ସାହୁ, କର୍ମଚାରୀ ଗୋପିନାଥ ଓଝା, ଡିଇଓ ମାନସ ରଂଜନ ବାରିକ, ପୂର୍ବତନ କର୍ମଚାରୀ ସୁଦର୍ଶନ ବିଶ୍ୱାଳ, ସମବାୟ ପ୍ରେମୀ ଜୀବନାନନ୍ଦ ମୈକାପ ଉପସ୍ଥିତ ଥିଲେ । ସେଣ୍ଢତୀରା ସେବା ସମବାୟ ସମିତିରେ ସଂପାଦକ ଈଶ୍ୱର ଜେନା ପତାକା ଉତ୍ତୋଳନ କରିଥିଲେ । କେନ୍ଦୁଆପଦା ସେବା ସମବାୟ ସମିତିରେ ଭାରପ୍ରାପ୍ତ ସଂପାଦକ ନାରାୟଣ ଜେନା, ସରପଞ୍ଚ ମିତାଲୀ ଜେନା, କୃଷକ ଭାଗବତ ସୂତାର, କୂଳମଣି ବେହେରା ଉପସ୍ଥିତ ଥିଲେ । ଗଣିଜାଙ୍ଗରେ ସହସଂପାଦକ ସନାତନ ବେହେରା, କର୍ମଚାରୀ ଦୀପକ ବାରିକ, ସରମରାରେ ସଂପାଦକ ନିତ୍ୟାନନ୍ଦ ନାୟକଙ୍କ ସମତେ ସମିତିର କୃଷକ ଓ ସଭ୍ୟ ମାନେ ଉପସ୍ଥିତ ଥିଲେ ।