ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଦେ ତରଫରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ  ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ପେଟ୍ରୋଲ ପମ୍ପ ଛକଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ଏବିଭିପିର ରାଜ୍ୟ ସଂପାଦକ ଶଶୀକାନ୍ତ , ରାଜ୍ୟ ସହ ସଂପାଦିକା କବିତା କହଁର , ଜିଲା ଛାତ୍ରୀ ପ୍ରମୁଖ ତଅପୋଇ କହଁର , ଫୁଲବାଣୀ ନଗର ସମ୍ପାଦକ  ଦିବ୍ୟ ରଂଜନ ଡ଼ାକୁଆ , ରାଜନନ୍ଦିନୀ ସାହାଣୀ ,ସୁବ୍ରତ ବେହେରା ,ରଜତ ମହାପାତ୍ର , କାଶିନାଥ ଗଣ୍ଡ ,ଜିଲା ପ୍ରମୁଖ ଶିବାଶିଷ୍ ପଣ୍ଡା ,ଫୁଲବାଣୀ ନଗର ବିସ୍ତାରକ ଟୁକୁନା ମଲିକ , ଟିକବାଲି ନଗର ସମ୍ପାଦକ  ଅମିତ୍ ବେହେରା ,ରୁଦ୍ର  ପ୍ରସାଦ ସେଠୀ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମକର୍ତ୍ତାମାନେ ବିର୍ସା ମୁଣ୍ଡାଙ୍କ ଆଦର୍ଶକକୁ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରିବା ପାଇଁ ସଂକଳ୍ପ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ