୪୦ ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ର ନୀତୀଶ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଗତ ୪୦ ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ର ପାଲଟିଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ବିହାରରେ ମଦ ନିଷିଦ୍ଧ କରିବା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ମିଶି ସେ ରାଜନୀତି ଆରମ୍ଭ କରିଥିଲେ। ୨୦୦୯ରୁ ନୀତୀଶ ବିଜେପି ସହିତ ଅଛନ୍ତି। ତେବେ ୨୦୧୫ରେ ସେ ଆର୍‌ଜେଡି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। ତେବେ ଦେଢ଼ ବର୍ଷ ଭିତରେ ହିଁ ତାଙ୍କର ମୋହ ଭଙ୍ଗ ହୋଇଥିଲା ଏବଂ ମହାମେଣ୍ଟରୁ ଓହରି ଆସି ପୁଣି ବିଜେପି ସହିତ ହାତ ମିଳାଇଥିଲା। ୧୯୮୫ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ନୀତୀଶ କୁମାର ପୂର୍ବରୁ ୬ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ଏବଂ ଆସନ୍ତାକାଲି ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ