ଭିନ୍ନ ଢଙ୍ଗରେ ପାଳିଲେ ଦୀପାବଳୀ ଓ ଜନ୍ମଦିନ
ଖୋର୍ଦ୍ଧା, (ଓ୍ବାଇଏନ୍ଏସ୍) : ଭିନ୍ନ ଢଙ୍ଗରେ ଦୀପାବଳୀ ଓ ନିଜ ଜନ୍ମଦିବସକୁ ପାଳିଛନ୍ତି ସମାଜସେବୀ ରାଜେଶ କୁମାର ନାୟକ ଓ ମଞ୍ଜୁଲତା ନାୟକ । କରୋନା ସଚେତନତା ସହ ଅସହାୟ ବ୍ୟକ୍ତିବିଶେଷଙ୍କୁ ସହଯୋଗର ହାତ ବଢାଇଛନ୍ତି । ଜଗତ କଲ୍ୟାଣ ପାଇଁ ଏହି ପ୍ରକାର ଅଭିନବ ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି । ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ନାରାୟଣ ଖୁଣ୍ଟିଆ ତାଙ୍କୁ ଶୁଭଆଶୀଷ ଜଣାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ସମାଜସେବୀ ।


